ରାଜ୍ୟରେ ବଢ଼ିପାରେ ଶୀତ, ୫ ଦିନ ପର୍ଯ୍ୟନ୍ତ ଶୀତ ଲହରୀ

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ଶୀତ ବଢ଼ିବାରେ ଲାଗିଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହୋଇପାରେ । ଅନେକ ସ୍ଥାନର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ସ୍ୱାଭାବିକଠାରୁ କମ୍‌ ରହିବ ବୋଲି ବୋଲି ଭୁଭନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ଅନୁମାନ କରି ସୂଚନା ଦେଇଛନ୍ତି । ଗତ ରାତିରେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ ହୋଇଥିଲା ବେଳେ କନ୍ଧମାଳ ଜି. […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ଶୀତ ବଢ଼ିବାରେ ଲାଗିଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହୋଇପାରେ । ଅନେକ ସ୍ଥାନର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ସ୍ୱାଭାବିକଠାରୁ କମ୍‌ ରହିବ ବୋଲି ବୋଲି ଭୁଭନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ଅନୁମାନ କରି ସୂଚନା ଦେଇଛନ୍ତି ।

ଗତ ରାତିରେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ ହୋଇଥିଲା ବେଳେ କନ୍ଧମାଳ ଜି. ଉଦୟଗିରିରେ ୮ ଡିଗ୍ରୀ, ଫୁଲବାଣୀ ଓ କେରାପୁଟରେ ୮.୫ ଡିଗ୍ରୀ, କେନ୍ଦୁଝରରେ ୯.୫ ଡିଗ୍ରୀ ରେକର୍ଡ କରାଯାଇଛି ।

ଦେ୍ୱତନଗରୀ କଟକ ଓ ଭୁବନେଶ୍ୱରରେ ମଧ୍ୟ ଶୀତ ପ୍ରକୋପ ଅନୁଭୂତ ହେଉଛି । ଗତରାତିରେ କଟକରେ ସର୍ବନିମ୍ନ ତାପମାତ୍ରା ୧୪.୮ ଡିଗ୍ରି ଓ ଭୁବନେଶ୍ୱରର ୧୪ ଡିଗ୍ରି ରହିଥିଲା ।