ଧୀରେ ଧୀରେ ବଢୁଛି ଶୀତ

ଧୀରେ ଧୀରେ ବଢୁଛି ଶୀତ

ଭୁବନେଶ୍ୱର: ଚଳିତ ବର୍ଷ ବିଳମ୍ବରେ ଆରମ୍ଭ ହୋଇଛି ଶୀତ। ଧୀରେ ଧୀରେ ତଳମୁହାଁ ହେଉଛି ପାରଦ ।  ଆଉକିଛି ଦିନ ପରେ ଶୀତର ଚାଦର ତଳେ ଘୋଡେଇ ରହିବ ସାରା ରାଜ୍ୟ । ଗତ ୪ ଦିନ ହେବ ଦୈତନଗରୀ କଟକ, ଭୁବନେଶ୍ୱରରେ ପାରଦ ୧୪ ଡିଗ୍ରୀକୁ ଖସିଛି । ସକାଳୁ କୁହୁଡି ଯୋଗୁଁ ଦୂରକୁ ଦୂଶ୍ୟମାନ ହେଉନାହିଁ । ଉତ୍ତରା ପବନ ସାଙ୍ଗକୁ ସକାଳୁ ଏବଂ ସନ୍ଧ୍ୟାରେ ହାଲ୍କା ଶୀତ ଅନୁଭୂତ ହେଉଛି । 

Read More ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସମ୍ବର୍ଦ୍ଧନା

ଶିମିଳିପାଳରେ ତାପମାତ୍ରା ୩ ଡିଗ୍ରୀ କମିବା ସହିତ ଥଣ୍ଡା ବଢିଛି । ଉପର ବାରାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଛି । ଫଳରେ ଶିମିଳିପାଳ ପାଦ ଦେଶରେ ଥିବା ଗାଁ ଗୁଡ଼ିକରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ସେହିପରି ରାଉରକେଲାରେ ୧୦.୨ ଡିଗ୍ରୀ , ଝାରସୁଗୁଡ଼ାରେ ୧୦.୩ ଡିଗ୍ରୀ, କେନ୍ଦୁଝରରେ ୧୧.୬ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁରରେ ୧୩. ୫ଡିଗ୍ରୀ ସେଲସିୟସ ରହିଛି ।

Read More ଆଉ ଏକ ବଡ଼ ଏନକାଉଣ୍ଟର,୭ ମାଓବାଦୀ ମୃତ

ଅନ୍ୟପଟେ ଭୁବେନଶ୍ବରରେ ୧୪. ୮ଡିଗ୍ରୀ, ବାଲେଶ୍ବରରେ ୧୬. ୨ଡିଗ୍ରୀ ଏବଂ ଚାନ୍ଦବାଲିରେ ୧୬. ୬ ଡିଗ୍ରୀ ଏବଂ ପୁରୀରେ ୧୮ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ପାଣିପାଗ ବିଭାଗ ସୂଚନାନୁସାରେ ଆଗାମୀ ଦିନରେ ତାପମାତ୍ରା ଆହୁରି ଖସିବା ସହ ଥଣ୍ଡା ବଢ଼ିବ।

Read More ଆଜି ଜୟ ଢୋଲକିଆଙ୍କ ଶପଥ ଗ୍ରହଣ

Tags: