ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ ସହ ବାନ୍ଧବୀକୁ ଆଜୀବନ କାରାଦଣ୍ଡାଦେଶ
ଭୁବନେଶ୍ୱର : ସ୍ତ୍ରୀ କୁ ଆନେସ୍ଥେସିଆ ଇଞ୍ଜେକ୍ସନ ଦେଇ ହତ୍ୟା ଘଟଣା । ଦୀର୍ଘ ଦିନର ଶୁଣାଣି ପରେ ଅଭିଯୁକ୍ତ ସ୍ୱାମୀ ଏବଂ ତାଙ୍କ ବାନ୍ଧବୀଙ୍କ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ଭୁବନେଶ୍ୱର ଏଡ଼ିଜେ କୋର୍ଟ -୨ । ଏହା ସହ ୫୦ ହଜାର ଟଙ୍କା ଜୋରିମାନା କରାଯାଇଛି । ଜୋରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ ବଢିବ ଜେଲ ଦଣ୍ଡ ଅବଧି । ୨୦୨୪ରେ ଭରତପୁର ଅଞ୍ଚଳରେ ଘଟିଥିଲା ଏହି ନାରକୀୟ କାଣ୍ଡ । ମୃତକ ହେଲେ ଶୁଭଶ୍ରୀ ନାୟକ । ୨ ଅଭିଯୁକ୍ତ ହେଲେ ପ୍ରଦୀପ ପାତ୍ର ଏବଂ ରୋଜି ପାତ୍ର । ଏମାନଙ୍କର ଅନ୍ୟ ଜଣେ ସହଯୋଗୀ ରଂଜିତା ଭୂୟାଁଙ୍କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି ।
ଘଟନାନୁସାରେ, ଭୁବନେଶ୍ୱର ଭରତପୁର ଅଞ୍ଚଳରେ ରହୁଥିଲେ ଶୁଭଶ୍ରୀ ନାୟକ ,ସ୍ୱାମୀ ପ୍ରଦ୍ୟୁମ୍ନ ପାତ୍ରଙ୍କ ସହ ରହୁଥିଲେ i ପ୍ରଦ୍ୟୁମ୍ନ ସେଠାରେ ଏକ ଘରୋଇ ହସ୍ପିଟାଲ ରେ ଫାର୍ମାସିଷ୍ଟ ଭାବରେ କାମ କରୁଥିଲେ । ସେଠାରେ ତାଙ୍କର ରୋଜି ଏବଂ ରଞ୍ଜିତା ନାମରେ ୨ ନର୍ସଙ୍କ ସହ ସମ୍ପର୍କ ଗଢି ଉଠିଥିଲା । ଏହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ଶୁଭଶ୍ରୀ ନିଜ ବାପା ଘରକୁ ଚାଲି ଯାଇଥିଲେ । କିନ୍ତୁ ପ୍ରଦ୍ୟୁମ୍ନ ଅକ୍ଟୋବର ୨୭ ତାରିଖରେ ପହଁଚି ଶୁଭଶ୍ରୀଙ୍କୁ ବୁଝାସୁଝା କରି ଜୋର ଜବରଦସ୍ତ ପରିବାରଙ୍କ ବିନା ଇଚ୍ଛାରେ ଶୁଭଶ୍ରୀଙ୍କୁ ନେଇ ଭୁବନେଶ୍ୱର ଚାଲି ଆସିଥିଲେ । ଏହା ପରେ ଅକ୍ଟୋବର ୨୮ ତାରିଖରେ ୨ ନରଶଙ୍କ ସହ ମିଶି ଶୁଭଶ୍ରୀଙ୍କୁ ୩ ଟି ଆନେସ୍ଥେସିଆ ଇଞ୍ଜେକ୍ସନ ଦେଇ ଘର ଭିତରେ ହତ୍ୟା କରିଥିଲେ । ତେବେ ପ୍ରଦ୍ୟୁମ୍ନ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେଇଥିଲା । ଶୁଭଶ୍ରୀ ଆତ୍ମହତ୍ୟା କରିଥିବା ପୁଲିସକୁ ବୟାନ ଦେଇଥିଲେ । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ସବୁ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିଦେଇଥିଲା । ବ୍ୟବଚ୍ଛେଦ ରିପୋର୍ଟରେ ଶୁଭଶ୍ରୀଙ୍କୁ ଆନାସ୍ଥେସିଆ ଦିଆଯାଇଥିବା ଜଣାପଡ଼ିଥିଲା ।




