ଭାରତୀୟ ପିଲାଙ୍କ ପ୍ରଥମ ପସନ୍ଦ ୟୁକ୍ରେନ୍‌ କାହିଁକି?

ଭୁବନେଶ୍ୱର: ଓଡ଼ିଶାରୁ ମେଡିକାଲ ପାଠ ପଢ଼ିବାକୁ ଯାଇଥିବା ଶହ ଶହ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଓ ଭବିଷ୍ୟତ ଏବେ ଅନ୍ଧାରରେ । କାରଣ ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନରେ ସ୍ୱାଭାବିକ ଅବସ୍ଥାକୁ ନେଇ ସାରା ବିଶ୍ୱ ସନ୍ଦିହାନ ଥିବା ବେଳେ ଏମାନଙ୍କ ପାଠପଢ଼ାକୁ ନେଇ ବଢ଼ିଛି ଅନିଶ୍ଚିତତା । ସୂଚନା ଅନୁସାରେ, ବିଦେଶରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେବଳ ୟୁକ୍ରେନରେ ପଢୁଛନ୍ତି ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ଭାରତୀୟ । ତା’ ଭିତରୁ ଓଡ଼ିଶାର କେତେ ପିଲା ମେଡିକାଲ […]

Samaya Live Picture
Published On

ଭୁବନେଶ୍ୱର: ଓଡ଼ିଶାରୁ ମେଡିକାଲ ପାଠ ପଢ଼ିବାକୁ ଯାଇଥିବା ଶହ ଶହ ଛାତ୍ରଛାତ୍ରୀଙ୍କ ଭାଗ୍ୟ ଓ ଭବିଷ୍ୟତ ଏବେ ଅନ୍ଧାରରେ । କାରଣ ଯୁଦ୍ଧ ବିଧ୍ୱସ୍ତ ୟୁକ୍ରେନରେ ସ୍ୱାଭାବିକ ଅବସ୍ଥାକୁ ନେଇ ସାରା ବିଶ୍ୱ ସନ୍ଦିହାନ ଥିବା ବେଳେ ଏମାନଙ୍କ ପାଠପଢ଼ାକୁ ନେଇ ବଢ଼ିଛି ଅନିଶ୍ଚିତତା ।

ସୂଚନା ଅନୁସାରେ, ବିଦେଶରେ ପଢୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେବଳ ୟୁକ୍ରେନରେ ପଢୁଛନ୍ତି ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ଭାରତୀୟ । ତା’ ଭିତରୁ ଓଡ଼ିଶାର କେତେ ପିଲା ମେଡିକାଲ ପଢୁଛନ୍ତି, ତାର ର୍ନିର୍ଦ୍ଦିଷ୍ଟ ତଥ୍ୟ ନଥିଲେ ବି ଓଡ଼ିଶାର ଆନୁପାତିକ ହାର କି;ୁ ଯଥେଷ୍ଟ ଅଧିକ । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ଭାରତ ଛାଡ଼ି ବିଦେଶ ବିଶେଷ କରି ୟୁକ୍ରେନ୍‌ ଭଳି ଦେଶକୁ ମେଡିକାଲ ପାଠ ପଢ଼ିବାକୁ କାହିଁକି ଏତେ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ସୁଅ ଛୁଟୁଛି ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଆମ ଦେଶରେ ମେଡିକାଲ ପାଠ ପ୍ରତି ପିଲାଙ୍କ ଚାହିଦା ଅନୁସାରେ ସିଟର ବ୍ୟବସ୍ଥା ନାହିଁ । ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରୁ ଉତ୍ତୀର୍ଣ୍ଣ କରୁଥିବା ପିଲାଙ୍କ ମଧ୍ୟରୁ ୧ ଲକ୍ଷ ପିଲାଙ୍କ ପାଇଁ ଆଡମିଶନର ବ୍ୟବସ୍ଥା ଥିବା ବେଳେ ନିଟ୍‌ ଆବେଦନକାରୀ ସଂଖ୍ୟା ୩୦ ଲକ୍ଷରୁ ଅଧିକ । ସେହିଭଳି ସରକାରୀ ପ୍ରତିଷ୍ଠାନକୁ ବାଦ୍‌ ଦେଲେ ଦେଶରେ ମେଡିକାଲ ପାଠ୍ୟକ୍ରମର ଖର୍ଚ୍ଚ ଅତି ମହଙ୍ଗା । ଏଭଳି ସ୍ଥିତିରେ ଭାରତରେ ଘରୋଇ ଅନୁଷ୍ଠାନ ଯେତିକି ଖର୍ଚ୍ଚ ହୁଏ, ୟୁକ୍ରେନରେ ତାର ୪ ଭାଗରୁ ମାତ୍ର ଗୋଟିଏ ଭାଗ ଖର୍ଚ୍ଚ ହୋଇଥାଏ । ସେହିଭଳି ନିଟ୍‌ ପରୀକ୍ଷା ଦେଇ ସିଟ୍‌ ପାଉନଥିବା ପିଲା ଓ ସେମାନଙ୍କ ଅଭିଭାବକଙ୍କୁ ୟୁକ୍ରେନ୍‌ ମୁହାଁ କରାଇବାରେ ଏବେ ବଡ଼ ଭୂମିକା ନିର୍ବାହ କରୁଛନ୍ତି । ଏକାଧିକ ଘରୋଇ କନସଲଟାନ୍ସି ସଂସ୍ଥା ଯେଉଁ କାରଣରୁ ପ୍ରତିବର୍ଷ ୟୁକ୍ରେନ୍‌ ମୁହାଁ ହେଉଛନ୍ତି, ଅଧିକରୁ ଅଧିକ ଛାତ୍ରଛାତ୍ରୀ ।

ବିଦେଶରୁ ମେଡିକାଲ ପାଠ ପଢ଼ି ଭାରତ ଫେରୁଥିବା ପିଲା, ସିଧାସଳଖ ଡାକ୍ତର ହେବାର ସୁଯୋଗ ନାହିଁ । ଭାରତରେ ମେଡିକାଲ ବୃତ୍ତିଧାରୀ ହେବାକୁ ଜାତୀୟ ସ୍ତରରେ ଫରେନ୍‌ ମେଡିକାଲ ଗ୍ରାଜୁଏଟ୍‌ ଏକଜାମ୍‌ ବା ଏଫଏମଜିଇ ପରୀକ୍ଷା ଦେବାକୁ ପଡ଼ିଥାଏ । ତେବେ ବିଶ୍ୱବ୍ୟାପୀ ୟୁକ୍ରେନ ମେଡିକାଲ ଡିଗ୍ରୀର ମାନ୍ୟତା ରହିଛି । ଇଣ୍ଡିଆନ ମେଡିକାଲ କାଉନସିଲ୍‌ ସମେତ ୱାଲର୍ଡ ହେଲ୍‌ଥ କାଉନସିଲ୍‌, ୟୁରୋପ ଓ ବ୍ରିଟେନ ୟୁକ୍ରେନ ଏମ୍‌ବିବିଏସକୁ ସ୍ୱୀକୃତୀ ଥିବାରୁ ଏଠାରୁ ଡିଗ୍ରୀ ହାସଲ କରୁଥିବା ଛାତ୍ରଛାତ୍ରୀ ବିଶ୍ୱର ଯେ କୌଣସି ଦେଶରେ କାର୍ଯ୍ୟ କରିବାରେ କୌଣସି ପ୍ରତିବନ୍ଧକ ନାହିଁ । ତେବେ ବର୍ତ୍ତମାନ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ି ଓଡ଼ିଶା ଫେରୁଥିବାରୁ ଏମାନଙ୍କ ଭବିଷ୍ୟତ କଣ ହେବ, ତାକୁ ନେଇ ବଢ଼ିଛି ଚିନ୍ତା ।