କିଏ ଖେଳିଲା ରାଜ୍ୟସଭା ଗେମ୍?
ଭୁବନେଶ୍ୱର : ସବୁ ଅପେକ୍ଷାର ଅନ୍ତ ଘଟିଛିା ଟଣାଓଟରା , କ୍ରସ ଭୋଟିଂ ଭିତରେ ପ୍ରକାଶ ପାଇଛି ରାଜ୍ୟସଭା ନିର୍ବାଚନର ଫଳାଫଳାା ଆଉ ଏହି କ୍ରସ ଭୋଟିଂରେ ବାଜିମାତ କରିଛ ବିଜେପିିା ଯାହା ଆଗରୁ ଅନୁମାନ କରାଯାଉଥିଲା, ରାଜ୍ୟସଭା ନିର୍ବାଚନରେ ତାହ ଦେଖିବାକୁ ମିଳିଛି। ଚଳିତ ବର୍ଷ ରାଜ୍ୟସଭା ନିର୍ବାଚନ ଖୁବ ରୋଚକ ଥିଲାା । ରାଜନୀତି, ଘୋଡ଼ା ବେପାର, ଓ ପ୍ରତିଶୋଧ ରାଜ୍ୟସଭା ନିର୍ବାଚନକୁ ଅଧିକ ରୋଚକ କରିଥିଲାା କେବଳ ଏତିକି ନୁହେଁ ବିଧାନସଭାରେ ଭୋଟିଂ ସମୟରେ ମଧ୍ୟ କେତେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଠାରେ ବିଜେଡି ଏବଂ କଂଗ୍ରେସର ସଦସ୍ୟ ମୁହାଁମୁହିଁ ହେବାକୁ ମଧ୍ୟ ପଛାଇନଥିଲେ । କିନ୍ତୁ ସବୁ ଶେଷରେ ନିର୍ବାଚନର ଫଳାଫଳ ଯାହା ଆଶା କରାଯାଇଥିଲା ସେୟା ହିଁ ଘଟିଲାା ନିର୍ବାଚନ ଫଳାଫଳା ବିଜେପି ସପକ୍ଷରେ ଯାଇଥିବା ଦେଖାଗଲାା
ଏଥର ତିନୋଟି ଆସନ ଦଖଲ କରି ବିଜେପି ଏକ ପ୍ରକାର ବଡ଼ ସଫଳତା ହାସଲ କରିଛି। ବାଜିମାତ କରିଛନ୍ତି ଦିଲ୍ଲୀପ ରାୟା
ବିଜେପି ଦଳର ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଥିବାବେଳେ, ଦଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ ଚତୁର୍ଥ ପ୍ରାର୍ଥୀ ଭାବେ ଜିତିଛନ୍ତି। ଅନ୍ୟପଟେ, ବିଜୁ ଜନତା ଦଳ ପକ୍ଷରୁ ସଂତୃପ୍ତ ମିଶ୍ର ତୃତୀୟ ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି। ଏହାସହ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଜିତିଥିବାବେଳେ ଦଳର କମନ କ୍ୟାଣ୍ଡିଡେଟ ଡଃ ଦତ୍ୱେଶ୍ୱର ହୋତା ହାରିଛନ୍ତିା ବିଜେଡି ଏବଂ କଂଗ୍ରେସର ମିଳିତ ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡାହୋଇଥିଲେ ଦତ୍ୱେଶ୍ୱର ହୋତାା ତେବେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ୩୧ଟି ଭୋଟ୍ ମିଳିଥିବାବେଳେ ଦିଲ୍ଲୀପ ରାୟଙ୍କୁ ୩୪ଟି ଭୋଟ୍ ମିଳିଛି । ସେହିପରି ଦତ୍ତ୍ୱେଶ୍ୱରଙ୍କୁ ୨୩ଟି ଭୋଟ ମିଳିଥିବାଳେ ସୁଜିତଙ୍କୁ ୨୯ଟି ଭୋଟ୍ ମିଳିଛି ।
ଅନ୍ୟପକ୍ଷରେ ରାଜ୍ୟସଭା ନିର୍ବାଚନରେ ସବୁ ମୋଡ ବଦଳାଇ ଦେଇଛି କ୍ରସ୍ ଭୋଟିଂ । ୧୧ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା ଜଣାପଡିଛିା କଂଗ୍ରେସରୁ ୩ ଜଣ, ବିଜେଡିରୁ ୬ ଜଣ ଓ ବିଜେଡିରୁ ନିଲମ୍ବିତ ୨ ବିଧାୟକ କ୍ରସ୍ ଭୋଟିଂ କରିଥିବା ଜଣାପଡିଛିା ବିଜେଡିରୁ ଦେବୀ ରଂଜନ ତ୍ରିପାଠି ରମାକାନ୍ତ ଭୋଇ,ଚକ୍ରମଣି କହଁର, ସୌଭିକ ବିଶ୍ବାଳ ଓ ସୁବାସିନୀ ଜେନା ଓ ନବ ମଲ୍ଳିକ କ୍ରସ୍ ଭୋଟିଂ କରିଛନ୍ତିା ସେହିପରି ବିଜେଡିରୁ ନିଲମ୍ପିତ ହୋଇଥିବା ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବି କ୍ରସ ଭୋଟିଂ କରି ବିଜେଡିକୁ ଚକମା ଦେଇଛନ୍ତିା କେବଳ ବିଜେଡିରୁ ନୁହେଁ ବରଂ କଂଗ୍ରେସରୁ ମଧ୍ୟ ଦାଶରଥି ଗମାଙ୍ଗ, ସୋଫିଆ ଫିଦେ୍ର୍ଦାଶ ଓ ରମେଶ ଜେନା କ୍ରସ ଭୋଟିଂ କରି ବିଜେପି ପାଇଁ ରାସ୍ତା ସରଳ କରିଦେଇଥିଲୋ
ଅନ୍ୟପକ୍ଷରେ ଭୋଟ ଦେଇ ଯେଉଁ ବୟାନ ଦେଇଛନ୍ତି ସୌଭିକ ବିଶ୍ୱାଳ ତାହା ସମସ୍ତିଙ୍କୁ ଆଶ୍ଚର୍ଯ୍ୟ କରିଛିା ସୌଭିକ ବିଶ୍ୱାଳ ନିଜ ବୟାନରେ ଅନେକ ବିନରୁ ନିଜ ମନ ଭିତରେ ଥିବା କ୍ଷୋଭକୁ ପ୍ରକାଶ କରି କହିଛନ୍ତି ଭୋଟ ଦେଇ ବାପାଙ୍କ ଅପମାନର ପ୍ରତିଶୋଧ ନେଲିା ବାପାଙ୍କୁ ବହିଷ୍କାର କରିଥିଲେ ମତେ କଲେନିା
ଅନ୍ୟପଟେ କ୍ରସ ଭୋଟିଂ କୁ ନେଇ ବର୍ଷିଥିଲେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକା ନବୀନ ପଟ୍ଟନାୟକ ତାଙ୍କ ବୟାନରେ କହିଛନ୍ତି ଯେଉଁମାନେ ସବୁ କ୍ରସ ଭୋଟିଂ କରିଛନ୍ତି ସେମାନଙ୍କର ପୂର୍ବରୁ ଅନେକ କ୍ରିମିନାଲ ରେକର୍ଟ ଅଛିା ସେମାନଙ୍କ ବାପାମାନେ ଅନେକ ଥର ଜେଲ ଯାଇଛନ୍ତି
ଆଉ ଏହିସବବୁ ଭିତରେ ଏବେ କଂଗ୍ରେସରୁ କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କୁ ନିଲମ୍ବନ କରିଛି କଂଗ୍ରେସା ନିଲମ୍ବନ ନେତାଙ୍କ ମଧ୍ୟରେ ସୋଫିଆ ଫିଦେ୍ର୍ଦାଶ , ରମେଶ ଜେନା ଏବଂ ଦାଶରଥୀ ଗମାଙ୍ଗ ଅଛନ୍ତିା ଏମାନେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିବାରୁ ଏମାନଙ୍କୁ ଦଳରୁ ନିଲମ୍ବନ କରାଯାଇଛିା



