ବିଧାନସଭାରେ ପ୍ରକାଶ ପାଇଲା ଶ୍ୱେତପତ୍ର
୨୦୨୪ ତୁଳନାରେ ୨୦୨୫ବର୍ଷରେ ୭;୩% ପ୍ରତିଶତ ଧର୍ତ୍ତବ୍ୟ ଅପରାଧ ବୃଦ୍ଧି
ଭୁବନେଶ୍ୱର : ୨୦୨୫ ବର୍ଷ ପାଇଁ ବିଧାନସଭା ରେ ପ୍ରକାଶ ପାଇଲା ଶ୍ୱେତପତ୍ର । ବର୍ଷକରେ ମୋଟ ୨, ୨୯ , ୮୮୧ ମାମଲା ରୁଜୁ ହୋଇଛି । ୨୦୨୪ ତୁଳନାରେ ୨୦୨୫ବର୍ଷରେ ୭;୩% ପ୍ରତିଶତ ଧର୍ତ୍ତବ୍ୟ ଅପରାଧ ବୃଦ୍ଧି । ୨୦୨୪ ରେ ରାଜ୍ୟରେ ମୋଟ ୨ , ୧୪,୧୧୩ ଟି ଧର୍ତ୍ତବ୍ୟ ଅପରାଧ ଥିବାବେଳେ ୨୦୨୫ ରେ ୨, ୨୯ , ୮୮୧କୁ ବୃଦ୍ଧି ପାଇଛି । ଭାରତୀୟ ନ୍ୟାୟ ସଂହିତା ଅନୁସାରେ ୧ , ୫୮, ୫୧୩ଟି ମାମଲା ପଞ୍ଜିକୃତ ହୋଇଛି । ୨୯୯୪ ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ମହିଳାଙ୍କ ପ୍ରତି ଦୁଷ୍କର୍ମ ଘଟଣା ପୂର୍ବ ବର୍ଷ ଅପେକ୍ଷା ୨୦୧୫ରେ କମିଥିଲେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି । ସେହିପରି ୧୩୦୪ଟି ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ୧୨୧୮ଟି ମାମଲା ପ୍ରମାଣିତ ହୋଇଛି । ୩୫୩ଟି ଡକାୟତି , ୧୮୦୨ଟି ଲୁଣ୍ଠନ ମାମଲା ରୁଜୁ ହୋଇଛି । ୧୨ ହଜାର ୭୮୨ଟି ଦୁର୍ଘଟଣା ।୨୧ ହଜାର ୧୯୨ଟି ଚୋରି ଆଇନଶୃଙ୍ଖଳା ଦୃଷ୍ଟିରୁ ବାଲେଶ୍ୱର ଜିଲ୍ଲା ସବୁଠାରୁ ସମ୍ବେଦନଶୀଳ । ଉପକୂଳ ଜିଲ୍ଲାରେ ହତ୍ୟା ଦୁଷ୍କର୍ମ ଏବଂ ଡ଼କାୟତି ଘଟଣାରେ ଅଲୋଡା ରେକର୍ଡ ।
ଅନ୍ୟପଟେ ,୨୦୨୫ରେ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ଘଟଣା କମିଛି। ରାଜ୍ୟର ୯ଟି ଜିଲ୍ଲା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ରାଉରକେଲାର କିଛି ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ସାମାନ୍ୟ କମିଛି । ରାଉରକେଲାରେ ୩ଟି ହିଂସାତ୍ମକ ଘଟଣା ଛାଡ଼ ଅନ୍ୟ କୌଣସି ସ୍ଥାନରେ ମାଓବାଦୀ ହିଂସାକାଣ୍ଡ ଘଟିନଥିଲା। ଓଡ଼ିଶା-ଛତିଶଗଡ ମିଳିତ ସର୍ଚ୍ଚ ଅପରେସନରେ ୧୭ ମାଓବାଦୀ ନିହତ ହୋଇଛନ୍ତି ।



