ସ୍ମୃତି ସାଉଁଟିଛନ୍ତି ପଦ୍ମଶ୍ରୀ ତିର୍କୀ

ଓଡିଶାରେ ହକି ମହାକୁମ୍ଭ ଅବସରରେ ୪୦୦ ରୁ ଅଧିକ ଆନ୍ତର୍ଜାତୀୟ କ୍ୟାପ୍‌ ଅର୍ଜନ କରିଥିବା ଏକମାତ୍ର ଭାରତୀୟ ହକି ଖେଳାଳି ତଥା ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ ଅତୀତର ସ୍ମୃତିକୁ ମନେ ପକାଇ କୁହନ୍ତି, ୧୯୯୮ ରେ ମୁଁ ମୋର ପ୍ରଥମ ବିଶ୍ୱକପ୍‌ ଖେଳିଥିଲି । ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ ମୁଁ ବିଶ୍ୱକପ୍‌ ଦଳର ଅଂଶ ଅଟେ । ସେତେବେଳେ ମୋ ପାଇଁ ଏହା ଏକ ବଡ଼ ଅନୁଭୂତି ଥିଲା […]

Samaya Live Picture
Published On

ଓଡିଶାରେ ହକି ମହାକୁମ୍ଭ ଅବସରରେ ୪୦୦ ରୁ ଅଧିକ ଆନ୍ତର୍ଜାତୀୟ କ୍ୟାପ୍‌ ଅର୍ଜନ କରିଥିବା ଏକମାତ୍ର ଭାରତୀୟ ହକି ଖେଳାଳି ତଥା ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ ଅତୀତର ସ୍ମୃତିକୁ ମନେ ପକାଇ କୁହନ୍ତି, ୧୯୯୮ ରେ ମୁଁ ମୋର ପ୍ରଥମ ବିଶ୍ୱକପ୍‌ ଖେଳିଥିଲି । ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ ମୁଁ ବିଶ୍ୱକପ୍‌ ଦଳର ଅଂଶ ଅଟେ । ସେତେବେଳେ ମୋ ପାଇଁ ଏହା ଏକ ବଡ଼ ଅନୁଭୂତି ଥିଲା । ମୋର ମନେ ଅଛି, ସିନିୟରମାନଙ୍କ ସହିତ ମୁଁ କିପରି ପ୍ରଦର୍ଶନ କରିବି ତାହାକୁ ନେଇ ଟିକେ ନର୍ଭସ୍‌ ଥିଲି । ଟୁର୍ନାମେଣ୍ଟର ସେହି ସଂସ୍କରଣରେ ମୁଁ ସମସ୍ତ ଖେଳ ଖେଳିଥିଲି ଏବଂ ଏହା ମୋ ପାଇଁ ପ୍ରକୃତରେ ଭଲ ଅନୁଭୂତି ଥିଲା ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ବିଶ୍ୱକପରେ ଡେବ୍ୟୁ କରିବା ପୂର୍ବରୁ, ଏହି ପ୍ରତିଭାଶାଳୀ ଡିଫେଣ୍ଡର ୧୯୯୬ ମସିହାରେ ଚେନ୍ନାଇରେ ପୁରୁଷ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ଥିଲେ । ଏହା ହେଉଛି ପ୍ରଥମ ପ୍ରମୁଖ ଟୁର୍ନାମେଣ୍ଟ ମଧ୍ୟରୁ ଅନ୍ୟତମ ଯେଉଁଥିରେ ର୍ତିକି ଦଳର ନେତୃତ୍ୱ ନେଇଥିଲେ । ସେ ଅନେକ ଥର ଭାରତୀୟ ପୁରୁଷ ହକି ଦଳର ନେତୃତ୍ୱ ନେଇଥିଲେ । ଭାରତୀୟ ପୁରୁଷ ହକି ଦଳର ନେତୃତ୍ୱ ନେବା ଏକ ଭଲ ଅଭିଜ୍ଞତା ଥିଲା ଏବଂ ଏଥିରେ ଆମେ କିଛି ଭଲ ପ୍ରଦର୍ଶନ ମଧ୍ୟ କରିିଥିଲୁ । ଅଲିମ୍ପିକ୍ସ, ବିଶ୍ୱକପ୍‌ ଏବଂ ଏସିଆନ୍‌ ଗେମ୍ସରେ ଭାରତୀୟ ଦଳର କ୍ୟାପଟେନ୍‌ ରହିବା ନିଶ୍ଚିତ ଭାବରେ ଏକ ଗର୍ବର ଅନୁଭୂତି ଥିଲା ।

ତିନୋଟି ଗ୍ରୀଷ୍ମ ଅଲିମ୍ପିକ୍‌ ଗେମ୍ସ ଏବଂ ୨୦୦୪ ରେ ଏଥେନ୍ସ ଗେମ୍ସରେ କ୍ୟାପଟେନ୍‌ ରହିଥିବା ତିର୍କୀ କହିଛନ୍ତି ଯେ ଯେତେବେଳେ ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସ ୨୦୨୦ ରୁ ବ୍ରୋଞ୍ଜ ପଦକ ସହିତ ଫେରି ଆସିଥିଲା ସେତେବେଳେ ଦେଶରେ ସମସ୍ତେ ପ୍ରଶଂସାରେ ଶତମୁଖର ହୋଇ ଉଠିଥିଲେ । ତିର୍କୀ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନ ବିପକ୍ଷରେ ଭାରତର ଖେଳ ସବୁଠୁ ଅଧିକ ଆପେକ୍ଷିତ ହୋଇଥାଏ । ସମସ୍ତେ ଭାରତ ବନାମ ପାକିସ୍ତାନ ଖେଳକୁ ଅପେକ୍ଷା କରି ରହିଥାନ୍ତି । ସେହି ପ୍ରତିଯୋଗିତାର ଗତି ଏବଂ ତୀବ୍ରତା ତୁଳନୀୟ ନୁହେଁ । ଆମେ ପାକିସ୍ତାନ ସହ ବହୁତ ଗେମ୍‌ ଖେଳିଥିଲୁ, କିଛି ଜିତିଛୁ, ଯେତେବେଳେ କି ସେମାନେ ବି ଅନ୍ୟ ସମୟରେ ସମ୍ମାନ ଗ୍ରହଣ କରିଛନ୍ତି । ସେହି ସମୟରେ ଦୁଇ ଦଳ ମଧ୍ୟରେ ପ୍ରତିଯୋଗିତା ଅତ୍ୟନ୍ତ କଠିନ ଥିଲା, କାରଣ ଉଭୟ ଦଳରେ ଶ୍ରେଷ୍ଠ ଖେଳାଳି ଥିଲେ । କିନ୍ତୁ ପ୍ରଶଂସକମାନେ ସର୍ବଦା ଆମକୁ କହିବେ ଯେ ଆମେ ପାକିସ୍ତାନଠୁ ହାରିବା ଉଚିତ ନୁହେଁ । ତେଣୁ ଏହି ସମୟରେ ଚାପ ଅଧିକ ରହୁଥିଲା ।
ଦିଲୀପ ତିର୍କୀ କୁହନ୍ତି, ’ଭାରତରେ ଗୁଣାତ୍ମକ ହକି ଖେଳାଳି ଅଛନ୍ତି, ଗ୍ରାହାମ୍‌ ରିଡଙ୍କ ଦ୍ୱାରା ପ୍ରଶିକ୍ଷିତ ଭାରତୀୟ ଦଳ ଓଡିଶା ହକି ପୁରୁଷ ବିଶ୍ୱକପ ଭୁବନେଶ୍ୱର – ରାଉରକେଲା ୨୦୨୩ ରେ ଭଲ ପ୍ରଦର୍ଶନ କରିବେ । ମୁଁ ଚାହେଁ ଯେ ସେମାନେ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ ଦିଅନ୍ତୁ ଏବଂ ଆତ୍ମବିଶ୍ୱାସର ସହ ଖେଳ;ୁ । ଦଳରେ ବହୁ ଗୁଣାତ୍ମକ ଖେଳାଳି ଅଛନ୍ତି ଏବଂ ମୁଁ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଉଛି । ତିର୍କୀ ଆଶା କରିଛନ୍ତି ଯେ କେବଳ ଖେଳାଳି ନୁହଁନ୍ତି ପ୍ରଶଂସକମାନେ ମଧ୍ୟ ତାଙ୍କ ନିଜ ରାଜ୍ୟରେ ବହୁତ ଭଲ ସମୟ ପାଇବେ । ଓଡିଶା କ୍ରୀଡା ପ୍ରତି ସର୍ବଦା ଭଲପାଇବା ଦେଇଆସିଛି ।