ନନ୍ଦନକାନନ ପହଁଚିଲେ ଉଦ୍ଧାର ଓରାନଓଟାନ

ନନ୍ଦନକାନନ ପହଁଚିଲେ ଉଦ୍ଧାର ଓରାନଓଟାନ
Samaya Live News Picture
Published On

ଭୁବନେଶ୍ୱର : ଭୋଗରାଇରୁ ଉଦ୍ଧାର ହୋଇଥିବା ବିରଳ ଓରାନଓଟାନ ଙ୍କୁ ସୁରକ୍ଷିତ ଭାବରେ ନନ୍ଦନକାନନଙ୍କୁ ଅଣାଯାଇଛି । ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କୁ ନନ୍ଦନକାନନ ଅଣାଯିବା ପରେ କ୍ବାରେନ ଟାଇନରେ ରଖାଯାଇଛି । ବିଶେଷଜ୍ଞ ଓ ପ୍ରାଣୀ ଚିକିତ୍ସକମାନେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଗତକାଲି ବାଲେଶ୍ବର ଜିଲ୍ଲା ଭୋଗରାଇ ବିଚିତ୍ରପୁର ନିକଟ କାଜୁଆରିନା ଜଙ୍ଗଲରୁ ଉଦ୍ଧାର ହୋଇଥିଲେ ୫ ବିରଳ ଓରାଙ୍ଗଉଟାନ । ଏଥିରେ ୩ଟି ଅଣ୍ଡିରା, ୨ଟି ମାଈ ଅଛନ୍ତି । ସମସ୍ତଙ୍କ ବୟସ ୧ ବର୍ଷରୁ କମ୍ । ଇଣ୍ଡୋନେସିଆ, ମାଲେସିଆ ଭଳି ଚିରହରିତ ଜଙ୍ଗଲରେ ଦେଖାଯାଉଥିବା ଏହି ବିରଳ  ଓଡ଼ିଶାକୁ କିପରି ଆସିଲେ ତାହା ଏବେ ପ୍ରଶ୍ନବାଚୀ ହୋଇଛି । ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ସନ୍ଦେହରେ ଚାଲିଛି ତଦନ୍ତ । ସମୁଦ୍ରପଥ ଦେଇ ପଶ୍ଚିମବଙ୍ଗର ଏକ ବନ୍ଦରରୁ ଏଠାକୁ ଚୋରାରେ ଚାଲାଣ କରାଯାଇ ଥାଇପାରେ। ଧରାପଡ଼ିବା ଭୟରେ ବନ୍ୟଜନ୍ତୁ ତସ୍କରମାନେ ଏମାନଙ୍କୁ ଝାଉଁ ଜଙ୍ଗଲରେ ଛାଡ଼ି ପଳାଇଛନ୍ତି ।

ସୂଚନାନୁସାରେ , ବୁଧବାର ସକାଳେ ବାଲେଶ୍ବରର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଛୁଆଙ୍କୁ ଉଦ୍ଧାର କରାଯାଇଥିଲା । ବନ ବିଭାଗର ପ୍ରାଥମିକ ସନ୍ଦେହ ଅନ୍ତର୍ଜାତୀୟ ୱାଇଲ୍ଡ ଲାଇଫ୍ ଟ୍ରାଫିକିଂ ଆଡ଼କୁ ଯାଉଛି । ରାଜ୍ୟ ସରକାର ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋକୁ ମଧ୍ୟ ଘଟଣାର ତଦନ୍ତ ପାଇଁ କହିଛନ୍ତି। ବାଲେଶ୍ୱର ଉପକୂଳର କେଉଁ ସ୍ଥାନରେ ଏହି ଓରାଙ୍ଗଉଟାନ୍ ଗୁଡ଼ିକୁ ଓହ୍ଲାଯାଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । 

ଓରାଙ୍ଗଉଟାନ୍ ଭାରତର ଜଙ୍ଗଲରେ ପ୍ରାକୃତିକ ଭାବେ ମିଳନ୍ତି ନାହିଁ । ସେମାନଙ୍କ ପ୍ରାକୃତିକ ବାସସ୍ଥଳୀ ହେଉଛି ଦକ୍ଷିଣ-ପୂର୍ବ ଏସିଆର Borneo ଓ Sumatra ଅଞ୍ଚଳର ବର୍ଷାବନ। ତେଣୁ ବାଲେଶ୍ୱରର ଏକ କାଜୁଆରିନା ଜଙ୍ଗଲରେ ଏକାଥରେ ୫ଟି ଓରାଙ୍ଗଉଟାନ୍ ମିଳିବାକୁ ସ୍ୱାଭାବିକ ବୋଲି ଧରାଯାଇପାରିବ ନାହିଁ । ବନ ବିଭାଗ ମଧ୍ୟ ଏହା ପଛରେ ମଣିଷର ହାତ ଥିବା ସନ୍ଦେହ କରୁଛି ।

ସମୁଦ୍ରପଥ ଦେଇ ପଶ୍ଚିମବଙ୍ଗର ଏକ ବନ୍ଦରରୁ ଏଠାକୁ ଚୋରାରେ ଚାଲାଣ କରାଯାଇଥାଇପାରେ। ଧରାପଡ଼ିବା ଭୟରେ ବନ୍ୟଜନ୍ତୁ ତସ୍କରମାନେ ଏମାନଙ୍କୁ ଝାଉଁ ଜଙ୍ଗଲରେ ଛାଡ଼ି ପଳାଇଛନ୍ତି। ଘଟଣାସ୍ଥଳରୁ କିଛି ହାତ ଗ୍ଲୋବ୍ସ ମିଳିଛି । ଯାହାକୁ ନେଇ ବନ୍ୟଜନ୍ତୁ ତସ୍କରିର ଗନ୍ଧ ବାରି ହେଉଛି। ବନ ଅଧିକାରୀମାନେ ଏହାର ଲିଙ୍କ୍ ଖୋଜୁଛନ୍ତି । ଯଦି କିଛି ପ୍ରମାଣ ମିଳେ, ତେବେ ୱାଇଲ୍ଡଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଦ୍ୱାରା ଅନ୍ତର୍ଜାତୀୟ ରାକେଟ୍ ର ତଦନ୍ତ କରାଯିବ ।

Tags: