ନବୀନ ଆସିଲେ କ୍ଷତି କହିଥିଲେ ଜାନକୀ - ବିଜୟ

ନବୀନ ଆସିଲେ କ୍ଷତି କହିଥିଲେ ଜାନକୀ - ବିଜୟ
Samaya Live News Picture
Published On

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଣ୍ୟ ତିଥିରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ବଡ଼ ବୟାନ । ଓଡ଼ିଶା ନାଗରିକ ମଞ୍ଚ ଦ୍ବାରା ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅଭିଭାଷଣ ବେଳେ ନିଜ ଅନୁଭୂତି ବାଣ୍ଟି ବିଜୟ ମହାପାତ୍ର କହିଛନ୍ତି ''ନବୀନ ଆସିଲେ ଓଡ଼ିଶାର ବଡ଼ କ୍ଷତି ହେବ ବୋଲି କହିଥିଲେ ଜାନକୀ ବାବୁ । ଏହାସହ ସେ ଆହୁରି କହିଛନ୍ତି, ‘ଜାନକୀ ବାବୁ ଜ୍ୟୋତିଷ ଭାବେ ମତେ ସତର୍କ କରିଥିଲେ। ବିଜେଡି ଗଠନ ସମୟରେ ଖବର ପାଇ ଅରୁଣ ଦେ’ଙ୍କ ଜରିଆରେ ମୋତେ ଡାକିଥିଲେ। ମୁଁ ମନା କରିଦେଇଥିଲି, ଏପରିକି ଟେଲିଫୋନ୍ ରେ ବି କଥା ହୋଇନଥିଲି। ଅରୁଣ ଦେ’ଙ୍କ ଦ୍ଵାରା କହିଥିଲେ, ବିଜୟକୁ କହିବ ଦଳ ଗଢ଼ୁ, କିନ୍ତୁ ନିଜେ ଗଢ଼ୁ।

ଓଡିଶା ନେତାଙ୍କୁ ନେଇ ଦଳ ଗଢ଼ିବାକୁ ବି ପରାମର୍ଶ ଦେଇଥିଲେ ଏବଂ କହିଥିଲେ ନବୀନ ଦିଲ୍ଲୀରେ ଥାଉ, ସିଏ ଆସିଲେ ମୋର ବଡ଼ କ୍ଷତି ହେଵ ଇ ତାହାହିଁ ଘଟିଲା ଏହାପରେ ମୁଁ ଜାନକୀ ବାବୁଙ୍କ ପଖକୁ ଯାଇ ଧନ୍ୟବାଦ ଦେଇଥିଲି ବୋଲି କହିଛନ୍ତି ବିଜୟ ମହାପାତ୍ର।

Tags: