କଲ୍ୟାଣକାରୀ ଓ ଦୂରଦର୍ଶୀ ବଜେଟ - ଧର୍ମେନ୍ଦ୍ର ପ୍ରଧାନ

କଲ୍ୟାଣକାରୀ ଓ ଦୂରଦର୍ଶୀ ବଜେଟ - ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ପ୍ରାୟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ‘ବିକଶିତ ଓଡ଼ିଶା’ ପାଇଁ କଲ୍ୟାଣକାରୀ ଓ ଦୂରଦର୍ଶୀ ବଜେଟ୍। ଏହା ଓଡ଼ିଶାର ଶିକ୍ଷା, ଦକ୍ଷତା, ଶିଳ୍ପ, କୃଷି ଓ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ସହ ସବୁ ବର୍ଗର ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଚଳିତ ବଜେଟରୁ ରାଜ୍ୟର ଗରିବ, ଚାଷୀ, ମହିଳା, ଯୁବ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ବଞ୍ଚିତ ବର୍ଗର ଲୋକମାନେ ବିଶେଷ ଭାବେ ଉପକୃତ ହେବେ। ସାମାଜିକ ସୁରକ୍ଷା ସୁନିଶ୍ଚିତ ହେବ। ଗାଁରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରର ବିକାଶ ହେବ। ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟସେବା, ଖାଦ୍ୟ ସୁରକ୍ଷା, କ୍ରୀଡ଼ା, ସାମାଜିକ ଓ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶାର ଭବିଷ୍ୟତକୁ ସୁଦୃଢ଼ କରିବ।

ସମ୍ବନ୍ଧିତ ଖବର ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ଅପାଙ୍କୁ ଦିଆଯିବ ଗାର୍ଡ ଅଫ ଅନର

ଚଳିତ ବଜେଟରେ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡା ଜିଲାରେ ନୂତନ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା, ପାରାଦ୍ବୀପ ଓ ବଲାଙ୍ଗିରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିୟରିଂ କଲେଜ୍, ଚିପିଲିମାରେ ପଶୁଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ ଏବଂ ସମ୍ବଲପୁର ଓ ବ୍ରହ୍ମପୁରରେ ୨୭୮ କୋଟି ଟଙ୍କା ବିନିଯୋଗରେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ର ଦୁଇଟି ନୂତନ କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଘୋଷଣା ହୋଇଛି। ଏସସିବି, ଭିମସାର ଓ ଏମକେସିଜି ମେଡିକାଲର ପୁନଃର୍ବିକାଶ ସହ ନୟାଗଡ଼ ଓ ଖୋର୍ଦ୍ଧାଠାରେ ଫାର୍ମା ଓ ମେଡଟେକ୍ ପାର୍କ ସହ ଓଡ଼ିଶା ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା କରାଯିବ। ଭିସୁଟ, ବୁର୍ଲା ଏବଂ ଓୟୁଟିଆରକୁ ବିଶ୍ୱସ୍ତରୀୟ ବୈଷୟିକ ବିଦ୍ୟାଳୟରେ ରୂପାନ୍ତରିତ କରାଯିବା ସହ ଓଡ଼ିଶା ରାଜ୍ୟ ଇନୋଭେସନ ମିଶନ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ।

ସମ୍ବନ୍ଧିତ ଖବର ସଂସଦୀୟ ବୋର୍ଡ ଆମ ଦଳର ପ୍ରାର୍ଥୀ ନିଷ୍ପତି ନେବ - ମନମୋହନ ସାମଲ

Tags: