୧୨ ରେ ୨ବର୍ଷର ହିସାବ ଦେବୁ - ମନମୋହନ

୧୨ ବିଫଳତା ବଖାଣିଲା ବିଜେଡି

୧୨ ରେ ୨ବର୍ଷର ହିସାବ ଦେବୁ - ମନମୋହନ
Samaya Live News Picture
Published On

ଭୁବନେଶ୍ୱର : ଆସନ୍ତା ଜୁନ ୧୨ ତାରିଖରେ ରାଜ୍ୟ ବିଜେପି ସରକାରକୁ ୨ବର୍ଷ ପୂରଣ ହେବାକୁ ଯାଉଛି । ଏହି ୨ବର୍ଷ ମଧ୍ୟରେ ବିଜେପି ସରକାର କେଉଁ କେଉଁ କାମ କରିଛନ୍ତି ତାହାର ହିସାବ ଦିଆଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ । ଆଜି ମନମୋହନ ସାମଲ ଶ୍ରୀ ଲିଙ୍ଗରାଜ ମନ୍ଦିର ପୂଜା କରିବା ପାଇଁ ଯାଇଥିବାବେଳେ, ସେଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଆମେ ୨ବର୍ଷରେ କଣ କରିଛୁ ତା'ର ହିସାବ ୧୨ତାରିଖରେ ଦେବୁ । ସରକାର ଗଠନର ୨୪ ଘଣ୍ଟା ମଧ୍ୟରେ ସଙ୍କଳ୍ପ ପତ୍ର ଅନୁସାରେ କାମ କରିଛୁ । କ୍ୟାବିନେଟ ଡାକି ସେହି ଦିନ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି ନେଇଛୁ । ପୂର୍ବରୁ ଚାଷୀଙ୍କୁ ୧୦ ଟଙ୍କା ବୋନସ ଦିଆଯାଇ ନଥିଲା ଆମେ ୩୧୦୦କଲୁ । ୪ଥର ଧାନ କିଣି ସାରିଛୁ, ସୁଭଦ୍ରା ସହାୟତା ମଧ୍ୟ ଦେଇଛୁ । ଆମେ ରତ୍ନ ଭଣ୍ଡାର ଖୋଲିବା ସହ ଶ୍ରୀମନ୍ଦିର ୪ଦ୍ୱାର ମଧ୍ୟ ଖୋଲିଲୁ । ଚାଷୀ ଭାଇମାନଙ୍କ ପାଇଁ ୧୫ ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ ପାଇଁ କାମ ଆରମ୍ଭ କରିସାରିଛୁ । 

ସେପଟେ, ବିଜେପି ସରକାରର ୨୪ମାସରେ ୧୨ବିଫଳତା ବଖାଣିଛି ବିଜେଡି । ମନମୋହନ ସାମଲଙ୍କ ମନ୍ତବ୍ୟ ଉପରେ ପ୍ରେସମିଟ କରି ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି, ଶ୍ରୀମନ୍ଦିର ଧାଡି ଦର୍ଶନ ଓ ମାଗଣା ମହାପ୍ରସାଦ କଥା ଭୁଲିଗଲେ ସରକାର । ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବେ କହି ଭୁଲିଗଲେ। ୮୦ ବର୍ଷର ନାଗରିକଙ୍କ ପାଇଁ ନିୟମ ଆଣିଲେ କିନ୍ତୁ ଦେଲେନି । ମେଟ୍ରୋ ପ୍ରକଳ୍ପକୁ ରଦ୍ଧ କରି କହିଲେ ସ୍ଥଗିତ ରଖିଛୁ । ସେହିଭଳି ସୁଭଦ୍ରା ଯୋଜନାରେ ୫୦ହଜାର ଦେବେ କହି ବର୍ଷକୁ ମାତ୍ର ୧୦ହଜାର ଦେଲେ । ଚାଷୀଙ୍କୁ ୮୦୯ ଟଙ୍କା ଇନପୁର ସବସିଡି ଦେବା କଥା କହି ୭୩୫ଟଙ୍କାକୁ ଖସାଇ ଦେଲେ । ସେହିପରି ଶ୍ରୀମନ୍ଦିର ଧାଡି ଦର୍ଶନ ଓ ମାଗଣା ମହାପ୍ରସାଦ କଥା ମଧ୍ୟ ଭୁଲିଗଲେ। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କ୍ଷୀର ଦିଆଯିବା କଥା କୁଆଡେ ଗଲା । ମନ୍ତ୍ରୀ ବିଧାୟକଙ୍କ ଦରମା ବଢ଼ାଇ ହଠାତ ୟୁଟର୍ନ ମାରିଲେ । ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ନିର୍ଦେଶ ପରେ ପ୍ରତ୍ୟାହାର । ଅନ୍ୟପଟେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି କହି କାହିଁକି ୟୁଟର୍ନ ମାରିଲେ ସରକାର ।

Tags: