ମର୍ଯ୍ୟାଦା ପାଇଁ ଲଢ଼ିବୁ ରାଜ୍ୟସଭା ନିର୍ବାଚନ - ଭକ୍ତ
By: Samaya Live News
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗ,ମର୍ଯ୍ୟାଦା ପାଇଁ ରାଜ୍ୟସଭା ନିର୍ବାଚନ ଲଢ଼ିବୁ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ରାଜ୍ୟର ବୃହତ ସ୍ୱାର୍ଥ ପାଇଁ ମୁଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବି । ଦିନେ କି ୨ ଦିନ ଭିତରେ ଜଣାପଡିବ କେବେ ଭେଟିବି । ଯାଜପୁରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଭକ୍ତ ଦାସ ଏହା କହିଛନ୍ତି । ବିରୋଧୀ ଦଳ ପାଖରେ ସୁଯୋଗ ରହିଛି । ତେଣୁ ଆଲୋଚନା କଲେ ଅନେକ କଥା ସାମ୍ନାକୁ ଆସିବ ।
ସମ୍ବନ୍ଧିତ ଖବର ଇଡିରେ ହାଜର ହେଲେ ବାଲି ମାଫିଆ ବିଶ୍ୱଜିତ ପାତ୍ର
ରାଜ୍ୟସଭା ନିର୍ବାଚନରେ ୪ର୍ଥ ଆସନକୁ ନେଇ ବଢୁଛି ଉତ୍କଣ୍ଠା । ବିଜେଡି ଏବଂ କଂଗ୍ରେସର ସଂଖ୍ୟାକୁ ନେଇ ସମ୍ଭାବନା ଦେଖାଯାଉଛି । ବିପକ୍ଷ ଦଳ ପାଇଁ ସୁଯୋଗ ରହିଛି । ତେଣୁ ଆମକୁ ଫାଇଦା ଉଠାଇବାକୁ ପଡିବ । ସମ୍ଭାବନାକୁ ନେଇ ଚେଷ୍ଟା କରିବା ରାଜନୀତିରେ ଅପରାଧ ନୁହଁ । ଆମେ ଜାଣିଛୁ ଜିତିପାରିବୁନି ହେଲେ ମର୍ଯ୍ୟଦା ପାଇଁ ନିର୍ବାଚନ ଲଢ଼ିବୁ ବୋଲି କହିଛନ୍ତି ଭକ୍ତ ଚରଣ ଦାସ ।
ସମ୍ବନ୍ଧିତ ଖବର ଅଜିତ ପାୱାରଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
Tags:



