ଦୀପାବଳିରେ ଜୀ ସାର୍ଥକରେ ଦେଖନ୍ତୁ ଏହି ବର୍ଷର ସୁପରହିଟ ଚଳଚିତ୍ର : ସୁପରଷ୍ଟାର ଅନୁଭବଙ୍କ ସସ୍ପେନ୍ସ ଥ୍ରିଲର ‘ଛକି ଶୂନ’
ଚଳିତ ଆଲୋକର ପର୍ବ ଦୀପାବଳିରେ ଓଡ଼ିଆ ଦର୍ଶକଙ୍କ ମନୋରଞ୍ଜନକୁ ଦ୍ୱିଗୁଣିତ କରିବା ପାଇଁ ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ‘ଜୀ ସାର୍ଥକ’ ଦେଖନ୍ତୁ ବର୍ଷର ବହୁ ପ୍ରତୀକ୍ଷିତ ସସ୍ପେନ୍ସ ଥ୍ରିଲର ଚଳଚ୍ଚିତ୍ର ‘ଛକି ଶୂନ’ର । ଆସନ୍ତା ୮ ନଭେମ୍ବର, ରବିବାର ସନ୍ଧ୍ୟା ୫:୩୦ ରେ ଦୀପାବଳି ଅବସରରେ ଏହି ଚଳଚ୍ଚିତ୍ରଟି ଟେଲିକାଷ୍ଟ ହେବ । ଚଳଚ୍ଚିତ୍ରରେ ଅନୁଭବ ନିଜେ ଗାଇଥିବା 'ବାଳୁଙ୍ଗା ଟୋକା' ଗୀତ ବହୁତ ଲୋକପ୍ରିୟ ହୋଇଥିଲା ।
‘ଆମରା ଷ୍ଟୁଡିଓ’ ଓ ‘ଏସ୍ଏମ୍ଏ ଏଣ୍ଟରଟେନ୍ମେଣ୍ଟ୍ ପ୍ରଜେକ୍ଟ ୨୯୦ ଲାୟନ୍ ଫିଲ୍ମ’ର ମିଳିତ ସହଯୋଗରେ ନିର୍ମିତ ଏହି ଫିଲ୍ମର କାହାଣୀ ରଚନା ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମାନସ ପଢ଼ିହାରୀ । ପ୍ରଯୋଜନାରେ ଅନୁଭବ ମହାନ୍ତି, ଜାଗୃତି ଶୁକ୍ଳା, ଶୁଭମ୍ ମହାନ୍ତି ଓ ନବୀନ ଭଣ୍ଡାରୀ ରହିଥିବା ବେଳେ ଚଳଚ୍ଚିତ୍ରରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ସମ୍ଭାବନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ, ସୁକାନ୍ତ ରଥ, ସୁକୁମାର ତୁଡୁ, ନିତୁ ସିଂହ, ବିଜିନୀ ମିଶ୍ର, ଉଦିତ ଗୁରୁ, ତାପସ ସରଘରିଆ ଏବଂ ଜିତୁ ମଙ୍ଗରାଜ ପ୍ରମୁଖ ଶକ୍ତିଶାଳୀ ଅଭିନୟ କରିଛନ୍ତି ।
ଫିଲ୍ମର କାହାଣୀ ପିଲାଦିନର ସାଧାରଣ ଖେଳ ‘ଛକି ଶୂନ’ ଖେଳ ବୋର୍ଡକୁ ଆଧାର କରି ଏକ ଭୟଙ୍କର ମାନସିକ ଯୁଦ୍ଧରେ ରୂପାନ୍ତରିତ ହୋଇଛି। ପ୍ରତ୍ୟେକ ପୀଡ଼ିତ ଏକ ବଡ଼ ରହସ୍ୟର ନିର୍ଣ୍ଣାୟକ ଅଂଶ ଧାରଣ କରିଛନ୍ତି। ତଦନ୍ତ ଯେତିକି ଗଭୀର ହେଉଛି, ଶିକାରୀ ଓ ଶିକାର ମଧ୍ୟରେ ଥିବା ସୀମାରେଖା ସେତିକି ଧୂମିଳ ହୋଇପଡ଼ୁଛି; ଯେଉଁଥିରେ ଅନୁସନ୍ଧାନକାରୀ ନିଜେ ସେହି ରକ୍ତରଞ୍ଜିତ ବୋର୍ଡର ଶେଷ ଖେଳାଳି ହେବାର ଆଶଙ୍କା ସୃଷ୍ଟି ହୋଇଛି।
ଏହି ଅବସରରେ ଜୀ ସାର୍ଥକର ଚ୍ୟାନେଲ ମୁଖ୍ୟ ରାହୁଲ ରାଓ ଦର୍ଶକମାନଙ୍କୁ ବିଶେଷ ନିବେଦନ କରି କହିଛନ୍ତି, “ଦୀପାବଳି ହେଉଛି ପରିବାର ସହ ଆନନ୍ଦ ଉଲ୍ଲାସ ବାଣ୍ଟିବାର ପର୍ବ। ଏହି ପବିତ୍ର ଅବସରରେ ଆମେ ଦର୍ଶକଙ୍କ ପାଇଁ ଏକ ଭିନ୍ନ ସ୍ୱାଦର, ରୋମାଞ୍ଚକର ଓଡ଼ିଆ ସିନେମା ‘ଛକି ଶୂନ’ ଉପହାର ସ୍ୱରୂପ ଭେଟି ଦେଉଛୁ। ସମସ୍ତେ ସପରିବାର ଏହି ଚଳଚ୍ଚିତ୍ରକୁ ଦେଖି ଦୀପାବଳିର ମଜା ନିଅନ୍ତୁ ଏବଂ ଓଡ଼ିଆ ସିନେମାକୁ ଭଲପାଇବା ଦିଅନ୍ତୁ।”




