ସୋସିଆଲ ମିଡ଼ିଆ ୟୁଜର୍ସଙ୍କୁ ଚେତାବନୀ

ସୋସିଆଲ ମିଡ଼ିଆ ୟୁଜର୍ସଙ୍କୁ ଚେତାବନୀ
Samaya Live News Picture
Published On

ଭଦ୍ରକ : ସାମାଜିକ ଗଣମାଧ୍ୟମରେ କରିପାରିବେ ନାହିଁ ଆପତ୍ତିଜନକ ପୋଷ୍ଟ । ଭଦ୍ରକ ପୋଲିସ ପକ୍ଷରୁ ଜାରିହେଲା ଆଡ଼ଭାଇଜରି । ଆପତ୍ତିଜନକ ପୋଷ୍ଟ,ଭିଡିଓ କିମ୍ବା ସାମ୍ପ୍ରଦାୟିକ ସଦ୍ଭାବନା କ୍ଷୁଣ୍ଣ ହେଲା ଭଳି ମନ୍ତବ୍ୟ ପ୍ରଦାନ ନକରିବାକୁ ଜିଲ୍ଲା ବାସୀଙ୍କୁ ନିବେଦନ କରିଛି ଭଦ୍ରକ ପୋଲିସ।

ଯଦି କେହି କରୁଛି, ତାହାଲେ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ । ଜିଲ୍ଲା ପୋଲିସ ରଖିଛି ବୋଲି କଡା ଚେତାବନୀ ଦିଆଯାଇଛି  । ସେହିଭଳି ଯଦି ଏଭଳି ପୋଷ୍ଟ କାହା ନଜରକୁ ଆସିଲା ତେବିବେ ତୁରନ୍ତ ପୋଲିସକୁ ଜଣାଇବାକୁ କୁହାଯାଇଛି । ଏଥିପାଇଁ ଫୋନ ନମ୍ବର ୮୪୮୦୬୯୩୭୯୧ ଜାରି କରାଯାଇଛି । ଏଥିରେ ସମ୍ପୃକ୍ତ ପୋଷ୍ଟ ଲିଙ୍କ୍, ସ୍କ୍ରିନ୍‌ସଟ୍ ବା ମନ୍ତବ୍ୟ ପୁଲିସ୍‌କୁ  ପଠାଇ ପାରିବେ । ସୂଚନାଦାତାଙ୍କ ନାମ ଓ ଠିକଣା ଗୋପନ ରଖା ଯିବ । ପୁଲିସ୍‌ର ଏଭଳି ପ୍ରୟାସକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । 

 

 

 

Tags: