ଶୁଂକି ଘାଟିରେ ଅଟକ ରହିଲେ ଭୋଟର
କୋରାପୁଟ : ଆନ୍ଧ୍ର ନିର୍ବାଚନକୁ ନେଇ ସୀମାରେ କଡା ସୁରକ୍ଷା । କୋରାପୁଟ ଜିଲ୍ଲାର ଜାତୀୟ ରାଜପଥ-୨୬ (NH-26) ଶୁଂକି ଘାଟିରେ ଭୋଟରଙ୍କୁ ଅଟକ ରଖିଲା ପୋଲିସ । ଭୋଟରଙ୍କୁ ଆନ୍ଧ୍ର ନେବାବେଳେ ଯାଞ୍ଚ କରି ଅଟକ ରଖିଲା ପୋଲିସ । ନେରଡ଼ିବାଲସାରୁ ସାରକି ଯାଉଥିଲେ ଭୋଟର । କୋଟିଆକୁ ସଂଯୋଗ କରୁଥିବା ତିନୋଟି ପ୍ରମୁଖ ପ୍ରବେଶ ପଥକୁ ସିଲ୍ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ଏଥିସହିତ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ BNSSର ଧାରା ୧୬୩ ଲାଗୁ କରାଯାଇଛି ।
କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାଉଣ୍ଡ ଜିରୋରେ କୋରାପୁଟ ପ୍ରଶାସନର କସରତ । ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ପୋଲିସ ଉପସ୍ଥିତ ଅଛନ୍ତି । ଗତକାଲି ଦିନ ତମାମ ଆନ୍ଧ୍ର ପୋଲିସ ସହ ମୁହାଁମୁହିଁ ହେବା ପରେ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛି ଆନ୍ଧ୍ର l ସୀମାନ୍ତ ନେରିଡିବାଲ୍ସସାରେ ଆନ୍ଧ୍ର ପାର୍ବତୀପୂରମ ଜିଲ୍ଲାପାଳ ଓ ପୋଲିସ ଓଡିଶl ପ୍ରଶାସନ ସହ ମୁହାଁମୁହିଁ ହବା ପରେ ପଛଘୁଞ୍ଚା ଦେଇ ଆନ୍ଧ୍ର ଫେରିଥିଲା । କୋଟିଆର ୩ଟି ଯାକ ଗାଁରେ ବୁଥ୍ କରିବାରେ ବିଫଳ ହୋଇଛି ଆନ୍ଧ୍ର ପ୍ରଶାସନ l ସେପଟେ ରାତି ତମlମ କୋଟିଆ କୁ ଜଗିବସିଥିଲେ ବିଭିନ୍ନ ଦଳର ନେତା । ଖୁସିରେ ଢେମସା ନାଚି ଥିଲେ । ଅନ୍ୟପଟେ ପୋଲିସ ଓ ପ୍ରଶାସନିକ ଅଧିକାରୀ ମଧ୍ୟ ରାତି ତମାମ ଡେରା ପକାଇଛନ୍ତି ।




