ନୟାଗଡରେ ଭୟଙ୍କର ବାଣ ବିସ୍ଫୋରଣ , ୬ ଗୁରୁତର

ନୟାଗଡରେ ଭୟଙ୍କର ବାଣ ବିସ୍ଫୋରଣ , ୬ ଗୁରୁତର
Samaya Live News Picture
Published On

ଦଶପଲ୍ଲା : ବାଣ ଭିଡିବା ବେଳେ ଭୟଙ୍କର ବାଣ ବିସ୍ଫୋରଣ , ୬ ଗୁରୁତର । ନୂଆଗାଁ ଥାନା କୋରଡ଼ା ଗାଁରେ ଘଟିଛି ଅଘଟଣ । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆସନ୍ତା ୭ ତାରିଖରେ ଦଶପଲ୍ଲାରେ ହେବାକୁ ଥିବା ଲଙ୍କାପୋଡ଼ି ଯାତ୍ରା ପାଇଁ ବନ ଭିଡିବାବେଳେ ଅଘଟଣ ଘଟିଛି ।

ଆହତ ୬ଜଣଙ୍କ ମଧ୍ୟରେ ୨ଜଣ ମହିଳାଙ୍କ ସମେତ ୨ଜଣ ନାବାଳକ ଅଛନ୍ତି । ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା । ବାଣ ଏତେ ଜୋରରେ ବିସ୍ଫୋରଣ ହେଇଥିଲା ଯେ ଚାରିପାଖରେ ଥିବା ଘର ସବୁକିଛି ଛାରଖାର ହୋଇଯାଇଥିଲା । ଶବ୍ଦ ଶୁଣି ସ୍ଥାନୀୟ ଲୋକେ ବାହାରକୁ ଆସିଲା ବେଳକୁ ଅଞ୍ଚଳ ପୂରା କଳା ଧୂଆଁରେ ଆସ୍ତରଣ ପଡିଯାଇଥିଲା ।ଘଟଣାସ୍ଥଳରେ ଅଗ୍ନିଶମ ପହଂଚି ନିଆଁକୁ ଆୟତ୍ତ କରିଛି । ସମସ୍ତ ଗୁରୁତରଙ୍କୁ ଭୁବନେଶ୍ୱର ଏବଂ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Tags: