ରମାଦେବୀ କ୍ୟାମ୍ପସ ରେ ଉତ୍ତେଜନା, ବିସିଜେଡି ନେତ୍ରୀ ଇପ୍ସିତା ସାହୁଙ୍କୁ ଉଠାଇନେଲା ପୋଲିସ
ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ବେଳେ ରମାଦେବୀ ବିଶ୍ୱବିଦ୍ୟାଳୟ ସାମ୍ନାରେ ହାଇ ଡ୍ରାମା । ବିସିଜେଡି ନେତ୍ରୀ ଇପ୍ସିତା ସାହୁଙ୍କୁ ଉଠାଇନେଲା ପୋଲିସ । ଛାତ୍ର ସଂସଦ ନିର୍ବାଚନ ଭୋଟ୍ ସମୟରେ ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟ ସାମ୍ନାରେ ଆଜି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଏବିଭିପି-ବିସିଜେଡି ସମର୍ଥମାନେ ମୁହାଁମୁହିଁ ହୋଇଥିଲେ । ରମାଦେବୀ ମୁଖ୍ୟ ଫାଟକ ନିକଟରେ ଶତାଧିକ ଛାତ୍ରୀ ଏକାଠି ହୋଇଥିବା ବେଳେ, ଦୁଇ ଛାତ୍ର ସଂଗଠନ ସମର୍ଥମାନଙ୍କ ମଧ୍ଯରେ ଗଣ୍ଡଗୋଳ ହୋଇଥିଲା । ଉତ୍ତେଜନା ପ୍ରଶମିତ କରିବା ପାଇଁ ଘଟଣାସ୍ଥଳରେ ଦଙ୍ଗା ନିୟନ୍ତ୍ରଣକାରୀ ଯାନ ପହଞ୍ଚିଥିଲା । ଏପଟେ କମିଶନରେଟ ପୋଲିସ ବିସିଜେଡି ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି ।
ଆଜି ରମାଦେବୀ ବିଶ୍ବବିଦ୍ୟାଳୟରେ ମତଦାନ କାର୍ଯ୍ୟକ୍ରମ ଚାଲିଥିବା ବେଳେ, ଉତ୍ତେଜନା ଦେଖା ଦେଇଥିଲା । ଏବିଭିପି ଓ ବିସିଜେଡି ସମର୍ଥିତ ଛାତ୍ରୀମାନଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ବିସିଜେଡି ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଧିକ ପୋଲିସ ଫୋର୍ସ ମୁତୟନ ସହିତ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।
ସୂଚନା ଅନୁସାରେ, ଇପସିତା ସାହୁଙ୍କ ନାଁରେ ସହିଦନଗର ଥାନାରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ନେଇଥିବା ଜଣାପଡ଼ିଛି । ତେବେ ତାଙ୍କ ବିରୋଧରେ କେଉଁ ନିର୍ଦ୍ଦିଷ୍ଟ ଅଭିଯୋଗ ହୋଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।




