ଓରିଙ୍ଗା ସଂରକ୍ଷିତ ଜଙ୍ଗଲରେ ଭିଜିଲାନ୍ସ ଟିମ

ଓରିଙ୍ଗା ସଂରକ୍ଷିତ ଜଙ୍ଗଲରେ ଭିଜିଲାନ୍ସ ଟିମ
Samaya Live News Picture
Published On

ଆଠଗଡ : କଟକ ଜିଲା ଆଠଗଡ଼ ଓରିଙ୍ଗା ସଂରକ୍ଷିତ ଜଙ୍ଗଲରେ ଭିଜିଲାନ୍ସ ଟିମ । ବନୀକରଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ୨୫ ହେକ୍ଟର ଜମିରେ କରାଯାଇଥିଲା ବନୀକରଣ ଦୁର୍ନୀତି ।

କଟକ ବନବିଭାଗର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ସହକାରୀ ବନ ସଂରକ୍ଷକଙ୍କ ନେତୃତ୍ୱରେ ଏକ ୯ଜଣିଆ ଟିମ ଗଠନ କରାଯାଇ କ୍ଷେତ୍ର ପରିଦର୍ଶନ କରିବା ସହ ଲଗାଯାଇଥିବା ଗଛମାନଙ୍କର ଗଣନା କରିଥିଲେ। ଅଭିଯୋଗ ଅନୁସାରେ, ବନପାଳ ଆଶିଷ ନାଏକଙ୍କ ବିରୋଧରେ ବନୀକରଣ କାର୍ଯ୍ୟରେ ଅନିୟମିତତା ଓ ଅନୀତି ଘଟିଥିବା ଅଭିଯୋଗ ଆସିଥିଲା। ସ୍ଥାନୀୟ ବନରକ୍ଷୀଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗକୁ ଆଧାର କରି ଏହି ଚଢ଼ାଉ କରାଯାଇଥିଲା। ଆଶିଷ ନାଏକଙ୍କ ଅନିୟମିତତା ସମ୍ପର୍କରେ ଖୋଳତାଡ଼ ଜାରି ରହିଛି । 

 

Tags: