କୋଦଳା ଡାକ୍ତରଖାନାର ୫ କର୍ମଚାରୀଙ୍କୁ ଭିଜିଲାନ୍ସ ଜେରା

କୋଦଳା ଡାକ୍ତରଖାନାର ୫ କର୍ମଚାରୀଙ୍କୁ ଭିଜିଲାନ୍ସ ଜେରା
Samaya Live News Picture
Published On

ଗଞ୍ଜାମ : ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ। ମେଡିକାଲ୍ ଏରିୟର ଟଙ୍କା ହଡ଼ପ ମାମଲାରେ ଗଞ୍ଜାମ କୋଦଳା ଡାକ୍ତରଖାନାର ୫ କର୍ମଚାରୀଙ୍କୁ ଉଠାଇ ନେଇ ଜେରା କରୁଛି ଭିଜିଲାନ୍ସ । ୫ ଅଭିଯୁକ୍ତଙ୍କୁ ପ୍ରଥମେ CDMO କାର୍ଯ୍ୟାଳୟକୁ ନିଆଯାଇ ତନାଘନା କରାଯାଇଥିଲା । ସେଠାରୁ ପଚରାଉଚରା ପରେ ଏକ ଅଜ୍ଞାତ ସ୍ଥାନକୁ ନେଇ ଜେରା ଚାଲିଛି । ଏଯାବତ୍ ଏହି ମାମଲାରେ ୭ ଜଣ ସମ୍ପୃକ୍ତ ଥିଲା ବେଳେ ଭିଜିଲାନ୍ସ ତଦନ୍ତ ପରେ ଆଉ କିଛି ବଡ଼ ମାଛ ଫସି ପାରନ୍ତି । 

ସୂଚନାନୁସାରେ, କୋଦଳା ଡାକ୍ତରଖାନାରେ ଅଢ଼େଇ କୋଟି ଟଙ୍କା ହେରଫେର ହୋଇଥିବା ଜଣାପଡ଼ିଥିଲା । ଏଥିରେ ଅନେକ କର୍ମଚାରୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଅଧିକାରୀଙ୍କ ଡିଜିଟାଲ ଦସ୍ତଖତକୁ ଜାଲିଆତି କରି ଟଙ୍କା ହଡ଼ପ  କରାଯାଇଥିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିଶ କରିଥିଲା । ତଦନ୍ତ ପରେ CDMO ଏଥିରେ ସମ୍ପୃକ୍ତ ୭ ଜଣଙ୍କୁ ନିଲମ୍ବନ କରିଥିଲେ । ତଦନ୍ତ ନେଇ ଭିଜିଲାନ୍ସ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇ ନାହିଁ ।

Tags: