୧୯ ରୁ ମାଟ୍ରିକ ପରୀକ୍ଷା ଖାତାଦେଖା

୧୯ ରୁ ମାଟ୍ରିକ ପରୀକ୍ଷା ଖାତାଦେଖା

ଭୁବନେଶ୍ୱର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଶେଷ ହୋଇଛି । ଏଥିରେ କେହି ପରୀକ୍ଷାର୍ଥୀ କପି ଅଭିଯୋଗରେ ବୁକ୍ ବା ଏମ୍ପି ହୋଇନଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ଓଡ଼ିଆ, ଇଂରାଜୀ ଓ ହିନ୍ଦୀ, ସଂସ୍କୃତ ବିଷୟ ପରୀକ୍ଷା ଶେଷ ହେବା ପରେ ଏହି ତିନୋଟି ବିଷୟର ଉତ୍ତର ଖାତା ମଙ୍ଗଳବାରଠୁ ରାଜ୍ୟର ୩୨୨ଟି ଯାକ ନୋଡାଲ୍ ସେଣ୍ଟର୍‌ରୁ ସଂଗ୍ରହ ପାଇଁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । ତିନୋଟି ବିଷୟର ଉତ୍ତର ଖାତା ଏବଂ ଓଏମ୍ଆର୍‌ସିଟ୍‌ ଗୁଡ଼ିକ ପୁଲିସ ସହାୟତାରେ କଡ଼ା ସୁରକ୍ଷା ବଳୟରେ ମୂଲ୍ୟାୟନ କେନ୍ଦ୍ର (ଭାଲ୍ୟୁଏସନ ସେଣ୍ଟର)କୁ ଦିନେ ଦୁଇଦିନ ମଧ୍ୟରେ ପହଞ୍ଚାଇବା ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ରହିଛି ।

ସମ୍ବନ୍ଧିତ ଖବର କଲ୍ୟାଣକାରୀ ଓ ଦୂରଦର୍ଶୀ ବଜେଟ - ଧର୍ମେନ୍ଦ୍ର ପ୍ରଧାନ

ଅନ୍ୟପକ୍ଷରେ ମାଟ୍ରିକ୍ ପରୀକ୍ଷା ଖାତା ଦେଖା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ । ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୨ ତାରିଖ ସୁଦ୍ଧା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି । ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍‌ସି)ଓ ସଂସ୍କୃତ ମଧ୍ୟମା ଖାତା ଦେଖା ପାଇଁ ୩୦ ଟି ଜିଲ୍ଲାରେ ସମୁଦାୟ ୫୦ ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି । ଏଥିରୁ ୪୭ଟି ହାଇସ୍କୁଲ୍‌ରେ ମାଟ୍ରିକ୍ ଖାତା ଦେଖିବା ଲାଗି ବ୍ୟବସ୍ଥା ରହିଥିବା ବେଳେ ଦୁଇଟି କେନ୍ଦ୍ରରେ ଏସ୍ଓଏସସି ଓ ଗୋଟେ କେନ୍ଦ୍ରରେ ମଧ୍ୟମା ଖାତା ଦେଖା ହେବ । ମୂଲ୍ୟାୟନରେ ସ୍ୱଚ୍ଛତା ବଜାୟ ରଖିବା କେଉଁ ନୋଡାଲ୍ ସେଣ୍ଟର୍ରୁ ଉତ୍ତର ଖାତାଗୁଡ଼ିକ କେଉଁ ମୂଲ୍ୟାୟନ କେନ୍ଦ୍ରକୁ ଯିବ ସେ ବାବଦରେ ବୋର୍ଡ ପକ୍ଷରୁ ଗୋପନୀୟ ଭାବେ ଟିମ୍ଗୁଡ଼ିକୁ ନିୟୋଜିତ କରାଯାଇଛି ।

ସମ୍ବନ୍ଧିତ ଖବର ରାଜ୍ୟରେ ପ୍ରତିଷ୍ଠା ହେବ ୪ ଟି ନୂଆ ବିଶ୍ୱବିଦ୍ୟାଳୟ

ମାର୍ଚ୍ଚ ୧୮ ତାରିଖରୁ ପରୀକ୍ଷକ ତଥା ମୂଲ୍ୟାୟନରେ ନିୟୋଜିତ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ରରେ ଉପସ୍ଥିତ ହେବେ । ଜଣେ ଶିକ୍ଷକ ଦିନକୁ ୨୫ ରୁ ୩୦ଟି ଖାତା ଦେଖିବେ । ଏହି ମୂଲ୍ୟାୟନ ବ୍ୟବସ୍ଥାରେ ୧୨ ହଜାରରୁ ଅଧିକ ଶିକ୍ଷକ ନିୟୋଜିତ ହୋଇଛନ୍ତି । ସେହିପରି ଜିଲ୍ଲା ସ୍ତରରେ ଶିକ୍ଷାଧିକାରୀମାନେ ପ୍ରତି ମୂଲ୍ୟାୟନ କେନ୍ଦ୍ରରେ ୪ ଜଣ ଲେଖାଏଁ ଡାଟା ଏଣ୍ଟ୍ରି ଅପରେଟର ନିୟୋଜିତ କରାଇବା ପାଇଁ ବ୍ୟବସ୍ଥା ରହିଛି । ସେହିପରି ମୁଖ୍ୟ ପରୀକ୍ଷକ, ଦୁଇ ଡେପୁଟି ଚିଫ୍ ଏକଜାମିନର ଓ ୨ ଜଣ ସ୍କୃଟିନାଇଜରଙ୍କୁ ନିୟୋଜିତ କରାଯାଇଛି ।

ସମ୍ବନ୍ଧିତ ଖବର ମହାନଦୀ ଜଳ ବିବାଦ ଆଲୋଚନା ଜାରି ରହିଛି - ମୁଖ୍ୟମନ୍ତ୍ରୀ

Tags: