ବିଦ୍ୟାଭାରତୀ ଙ୍କ ଜାମିନ ଆବେଦନ ଖାରଜ

ବିଦ୍ୟାଭାରତୀ ଙ୍କ ଜାମିନ ଆବେଦନ ଖାରଜ
Samaya Live News Picture
Published On

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟାକାଣ୍ଡ ଘଟଣା । ଜେଲରେ ରହିବେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା । ନଭେମ୍ବର ୧୮ରେ ଏହି ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତ । ଏହି ଘଟଣାରେ ନଭେମ୍ବର ୧୭ ତାରିଖରେ ଉଭୟ ପକ୍ଷର ଯୁକ୍ତି ଶୁଣାଣି ଶେଷ କରି ଅଦାଲତ ରାୟ ସଂରକ୍ଷିତ ରଖିଥିଲେ। ଚଳିତ ନଭେମ୍ବର ୨ତାରିଖରେ ପାରଳାଖେମୁଣ୍ଡି କୋର୍ଟ ରେ ଆତ୍ମ ସମର୍ପଣ କରି ଜେଲରେ ଅଛନ୍ତି ବିଦ୍ୟାଭରତୀ  ।

ପୂର୍ବରୁ ଅକ୍ଟୋବର ୩୧ ତାରିଖରେ ଓଡ଼ିଶା ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ । ଏହାପରେ ନଭେମ୍ବର ୨, ୨୦୨୬ ରେ ବିଦ୍ୟାଭାରତୀ ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ । ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ।

ଗିରଫଦାରିରୁ ବର୍ତ୍ତିବା ପାଇଁ ସେ ପୂର୍ବରୁ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ଆଶ୍ୱସ୍ତି ମିଳିନଥିଲା । ୨୦୨୧ ମସିହାର ଏହି ଚର୍ଚ୍ଚିତ ମାମଲାରେ ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫଓ (DFO) ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭ ମଧ୍ୟ ପୂର୍ବରୁ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି । 

 

Tags: