ନେତାଜୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

ନେତାଜୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ
Samaya Live News Picture
Published On

କଟକ : ଆଜି ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୯ ତମ ଜୟନ୍ତୀ। ଆଜିର ଦିନଟିକୁ ପରାକ୍ରମ ଦିବସ ଭାବେ ପାଳନ କରୁଛି ଦେଶ । ସଜେଇ ହୋଇଛି କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମପୀଠ ସଂଗ୍ରହାଳୟ ଓ ନେତାଜୀ ସ୍ମାରକୀ । ଏହି ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମପୀଠରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନ । ଉପରାଷ୍ଟ୍ରପତି ଆଜି ସକାଳ ୮.୫୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ସିଧା କଟକ ଅଭିମୁଖେ ଯାଇଥିଲେ । ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ପୈତୃକ ନିବାସ ଜାନକୀନାଥ ଭବନରେ ପହଞ୍ଚି ସୁବାସ ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଉପରାଷ୍ଟ୍ରପତିଙ୍କ ସହିତ ରହିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖମନ୍ତ୍ରୀ ମୋହନ ଚରଣ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ପ୍ରଥମ ଥର ଓଡ଼ିଶା ଆସିବା ସହ କଟକକୁ ଆସିଛନ୍ତି ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ ।

ରାଜ୍ୟ ସଂସ୍କୃତି ବିଭାଗ ଓ ଡାକ ବିଭାଗର ମିଳିତ ସହଯୋଗରେ ନେତାଜୀଙ୍କ ଜନ୍ମସ୍ଥାନରେ ଏକ ନୂତନ ଡାକ ସଂଗ୍ରହାଳୟକୁ ଉଦଘାଟନ କରିବେ । କଟକର ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନିର୍ମିତ ନେତାଜୀ ଜିଲ୍ଲା ସଂସ୍କୃତି ଭବନକୁ ମଧ୍ୟ ସେ ଲୋକାର୍ପଣ କରିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। 

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କାଲି ସକାଳ ସାତଟାରୁ ଦିନ ଗୋଟାଏ ଯାଏ ସାଧାରଣ ଲୋକଙ୍କୁ ନେତାଜୀ ଙ୍କ ଜନ୍ମ ସ୍ଥାନ ଓ ସଂଗ୍ରହାଳୟ ବୁଲିବା ପାଇଁ ଅନୁମତି ନାହିଁ । ସେହିପରି ନେତାଜୀ ସ୍ମାରକୀରେ ସକାଳ ୮ ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପ୍ରବେଶ ପାଇଁ କଟକଣା ରହିଛି । ଭିଭିଆଇପିଙ୍କ କଟକ ଗସ୍ତ ପାଇଁ ଭୁବନେଶ୍ବରରୁ କଟକ ଯାଏ ଟ୍ରାଫିକ କଟକଣା ଲଗାଯାଇଛି। ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।  କଟକ ସହରର କିଛି ଅଞ୍ଚଳରେ ଟ୍ରାଫିକ କଟକଣା କଡାକଡି କରାଯାଇଛି ।

Tags: