ଦିନିକିଆ ଓଡିଶା ଗସ୍ତରେ ଆସି ପହଁଚିଲେ ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନ

ଦିନିକିଆ ଓଡିଶା ଗସ୍ତରେ ଆସି ପହଁଚିଲେ ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନ
Samaya Live News Picture
Published On

ଭୁବନେଶ୍ୱର : ଗୁରୁବାର ଦିନିକିଆ ଓଡିଶା ଗସ୍ତରେ ଆସି ପହଞ୍ଚିଛନ୍ତି ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନ । ସ୍ବତନ୍ତ୍ର ବିମାନ ଯୋଗେ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି । ଉପରାଷ୍ଟ୍ରପତିଙ୍କର ଏହା ୨ୟ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ । ଆଜି ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେବେ ଉପରାଷ୍ଟ୍ରପତି । ଦିନ ୧୧ଟାରେ ଓୟୁଏଟିରେ କାର୍ଯ୍ୟକ୍ରମ ରେ ଯୋଗଦେଇ ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିବେ। ଏହାସହ “ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ”ର ଶୁଭାରମ୍ଭ କରିବେ ।
ସାଧାରଣତଃ ସମୁଦ୍ର କୂଳରୁ ୨୩ କିଲୋମିଟର ପର୍ଯ୍ୟନ୍ତ ଭିତରେ ମାଛଧରା କାର୍ଯ୍ୟ ସୀମିତ ରହିଥାଏ। ଏହି ମାଛଧରା ମିଶନ କାର୍ଯ୍ୟକାରୀ ହେବା ଦ୍ବାରା ଓଡ଼ିଶାର ମତ୍ସ୍ୟଜୀବୀମାନେ ସମୁଦ୍ରର ୩୭୦ କିଲୋମିଟର ସୀମା ମଧ୍ୟରେ ମାଛ ଧରିପାରିବେ । ଏହାସହ ପ୍ରାଧିକରଣ ପତ୍ର ପାଇଥିବା ମତ୍ସ୍ୟଜୀବୀମାନେ ଅନ୍ତର୍ଜାତୀୟ ସମୁଦ୍ରରେ ମଧ୍ୟ ମାଛ ଧରିପାରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ, ପଶୁପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍‌.ପି ସିଂହ ବାଘେଲ, ରାଜ୍ୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।

ସେହିପରି ,ଅପରାହ୍ନରେ ଉପରାଷ୍ଟ୍ରପତି ଜଟଣୀ ସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ନାଇଜର)ର ୧୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସି. ପି. ରାଧାକ୍ରିଷ୍ଣନଙ୍କ ଭୁବନେଶ୍ୱର ଗସ୍ତକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସାଧାରଣ ଲୋକେ ଯେପରି ଗମନାଗମନ ସମୟରେ ଅଯଥା ହଇରାଣ ନହୁଅନ୍ତି, ସେଥିପାଇଁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଟ୍ରାଫିକ୍ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Tags: