ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କଲା ଭିଏଚପି

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କଲା ଭିଏଚପି
Samaya Live News Picture
Published On

ଭୁବନେଶ୍ୱର : ସ୍ଵାମୀ ଲକ୍ଷଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାରେ ଫାଇଲ ଗାଏବ । ଜଷ୍ଟିସ୍ ଏଏସ୍ ନାଇଡୁ ତଦନ୍ତ କମିସନ ତତ୍କାଳୀନ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ସିଏମଓ ରୁ ଫାଇଲ ଗାଏବ ହେବା ପରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । କମିସନ ରିପୋର୍ଟ ହଜିବା ଘଟଣାର ନିରପେକ୍ଷ ତଦନ୍ତ ଲାଗି ଦାବି କରିଛି ବିଶ୍ବ ହିନ୍ଦୁ ପରିଷଦ।

ବିଶ୍ବ ହିନ୍ଦୁ ପରିଷଦ, ପୂର୍ବ ଶାଖା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଂପାଦକ  କହିଛନ୍ତି ,ସ୍ଵାମୀଜୀଙ୍କ ହତ୍ୟା ଏକ ସାଧାରଣ ଘଟଣା ନୁହେଁ। ତଦନ୍ତ କମିସନ ରିପୋର୍ଟ ପ୍ରଦାନ ପରଠାରୁ ଏହାକୁ ସାର୍ବଜନୀନ ଲାଗି ପରିଷଦ ପକ୍ଷରୁ ଦାବି ହୋଇଆସୁଛି। ମାତ୍ର ତତ୍କାଳୀନ ସରକାର ଏହାକୁ ସାର୍ବଜନୀନ କଲେନାହିଁ। ବର୍ତ୍ତମାନ ସରକାର ବଦଳିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ବିଭିନ୍ନ ଦାବି ଭିତରେ ନାଇଡୁ କମିସନଙ୍କ ରିପୋର୍ଟକୁ ସାର୍ବଜନୀନ ଲାଗି ମଧ୍ୟ ଦାବି ରହିଥିଲା । ଯଦିଓ ଏହାଭିତରେ ୨ବର୍ଷ ବିତିଗଲାଣି, ତଥାପି ରାଜ୍ୟ ସରକାର ବିଳମ୍ବରେ ହେଲେ ମଧ୍ୟ ଏହି ରିପୋର୍ଟକୁ ଖୋଜିବା ଆରମ୍ଭ କରିଥିଲେ। ମାତ୍ର ରିପୋର୍ଟଟି ହଜିଯିବା ଆହୁରି ଆଶ୍ଚର୍ଯ୍ୟ କରିଛି।

ରିପୋର୍ଟ ହଜିବା ଘଟଣାରେ ରାଜ୍ୟ ସରକାର ଏଫ୍ଆଇଆର ଦେଇଛନ୍ତି । ସରକାର ଏତିକିରେ ଚୁପ୍ ନ ବସି ସିବିଆଇ ତଦନ୍ତ ପାଇଁ ଚିଠି ଲେଖନ୍ତୁ । ଦୈନନ୍ଦିନ ଏହା ଉପରେ ଯେଉଁ ତଥ୍ୟ ସାମନାକୁ ଆସୁଛି ତାହାକୁ ତଦାରଖ କରନ୍ତୁ।କମିସନ ରିପୋର୍ଟ ଦାଖଲ ସମୟରେ ୨ଟି କପି ଗୋଟିଏ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅନ୍ୟଟି ଗୃହ ବିଭାଗରେ ରହିଥାଏ । ଏ ଦୃଷ୍ଟିରୁ ତଦନ୍ତ କମିସନ ରିପୋର୍ଟ ହଜିବା କଥା ମିଛ। ଗୃହ ବିଭାଗକୁ ଯାଇଥିବା କପିଟି କୁଆଡ଼େ ଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ଏହା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ। ସିବିଆଇ ତଦନ୍ତ କରାଗଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସେ ଦାବି କରିଛନ୍ତି । 

Tags: