ସରିଲା ଯାଞ୍ଚ, ୫ ଜଣଙ୍କ ପ୍ରାର୍ଥୀପତ୍ର କାଏମ

ସରିଲା ଯାଞ୍ଚ, ୫ ଜଣଙ୍କ ପ୍ରାର୍ଥୀପତ୍ର କାଏମ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ଯାଞ୍ଚ ହେଲା ପ୍ରାର୍ଥୀପତ୍ର । ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି । ମଇଦାନକୁ ଓହ୍ଲାଇଥିବା ୫ ମହାରଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ତେବେ କେହି ପ୍ରସ୍ତାବକ ନଥିବାରୁ ତେଲେଙ୍କାନାରୁ ନାମାଙ୍କନ ଭରିଥିବା କାନ୍ତେ ସାୟାନାଙ୍କ ପ୍ରାର୍ଥିପତ୍ର ଯାଞ୍ଚ ପରେ ନାକଚ ହୋଇଛି ।
 
ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ, ସୁଜିତ କୁମାର ଏବଂ ବିଜେଡିରୁ ସଂତୃପ୍ତ ମିଶ୍ର ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର କାଏମ ରହିଛି । ସେହିଭଳି ଚତୁର୍ଥ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା କମନ ପ୍ରାର୍ଥୀ ଡାକ୍ତର ପ୍ରଫେସର ଦତ୍ତେଶ୍ୱର ହୋତା ପ୍ରାର୍ଥୀପତ୍ର ମଧ୍ୟ କାଏମ ରହିଛି। ଅନ୍ୟପଟେ ଏହି ଆସନ ପାଇଁ ବିଜେପି ସମର୍ଥନରେ ନାମାଙ୍କନ ଭରି ମଇଦାନକୁ ଓହ୍ଲାଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ପ୍ରାର୍ଥୀତ୍ବ କାଏମ ରହିଛି ।

ରାଜ୍ୟସଭା ନିର୍ବାଚନ ପାଇ ମାର୍ଚ୍ଚ ୫ ଥିଲା ନାମାଙ୍କନ ଦାଖଲର ଶେଷ ତାରିଖ। ଆଜି ନାମାଙ୍କନ ପତ୍ର ଯାଞ୍ଚ ହୋଇଛି। ମାର୍ଚ୍ଚ ୯ ହେଉଛି ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ। ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏ ଭୋଟ୍‌ ଗ୍ରହଣ କରାଯିବ। ଅପରାହ୍ଣ ୫ଟାରେ ହେବ ଭୋଟ୍‌ ଗଣତି।

Tags: