ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଜବାବ ତଲବ କଲା ଉତ୍କଳ ବିଶ୍ୱବିଦ୍ୟାଳୟ

କଟକ: ମାର୍ଚ୍ଚ ୨୩: ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଜବାବ ତଲବ କଲା ବାଣୀବିହାର ବିଶ୍ୱବିଦ୍ୟାଳୟ । ଆନ୍ଦୋଳନ ସମୟରେ କାର୍ ଭିତରେ ଜଣେ ଯୁବତୀଙ୍କ ମୃତ୍ୟୁ ମାମଲାକୁ ନେଇ ବିଚାରାଧୀନ ମାମଲାରେ ରାଜ୍ୟ ଗୃହ ବିଭାଗ, କମିସନରେଟ ପୁଲିସ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ପ୍ରତିପକ୍ଷମାନେ ୫୦୦୦ ଲେଖାଏଁ ଖର୍ଚ୍ଚ ବାବଦରେ ହାଇକୋର୍ଟ ବାର୍ ଆସୋସିଏସନ୍ ୱେଲଫେୟାର୍ ପାଣ୍ଠିରେ ଜମା କରିବା ସହିତ ପ୍ରମାଣପତ୍ର ସତ୍ୟପାଠ […]

Samaya Live Picture
Published On

କଟକ: ମାର୍ଚ୍ଚ ୨୩: ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଜବାବ ତଲବ କଲା ବାଣୀବିହାର ବିଶ୍ୱବିଦ୍ୟାଳୟ । ଆନ୍ଦୋଳନ ସମୟରେ କାର୍ ଭିତରେ ଜଣେ ଯୁବତୀଙ୍କ ମୃତ୍ୟୁ ମାମଲାକୁ ନେଇ ବିଚାରାଧୀନ ମାମଲାରେ ରାଜ୍ୟ ଗୃହ ବିଭାଗ, କମିସନରେଟ ପୁଲିସ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ପ୍ରତିପକ୍ଷମାନେ ୫୦୦୦ ଲେଖାଏଁ ଖର୍ଚ୍ଚ ବାବଦରେ ହାଇକୋର୍ଟ ବାର୍ ଆସୋସିଏସନ୍ ୱେଲଫେୟାର୍ ପାଣ୍ଠିରେ ଜମା କରିବା ସହିତ ପ୍ରମାଣପତ୍ର ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ପ୍ରତିପକ୍ଷଙ୍କ ଜବାବ ଉପରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ପ୍ରତିଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ସେ୍ୱଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୨୩କୁ ଧାର୍ଯ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁଁ ବାଣୀବିହାର ଛକରେ ଗାଡ଼ି ମଟର ଅଟକି ରହିଥିଲା। ଏହି ସମୟରେ ନିଜ କାର୍ ଯୋଗେ ଫେରୁଥିବା ସୁମନ ଶର୍ମାଙ୍କ ଗାଡ଼ି ଭିଡ଼ ଭିତରେ ଫସି ରହିଥିଲା। ଗାଡ଼ି ଭିତରେ ସୁମନ ଚେତା ହରାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ପୁଲିସ କର୍ମଚାରୀ ଓ ଅନ୍ୟମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବାରମ୍ବାର ଆନ୍ଦୋଳନ ଓ ଅନ୍ୟାନ୍ୟ କାରଣରୁ ରାସ୍ତାରେ ଗାଡି ମଟର ଅଟକି ରହୁଛି। ଏପରି ପରିସ୍ଥିତି ଯୋଗୁଁ ଧନଜୀବନ ନଷ୍ଟ ହେଉଥିବା ବେଳେ ସରକାର ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ନେବା ଉଚିତ ଦର୍ଶାଇ ମୈତ୍ରୀ ସଂସଦ ପକ୍ଷରୁ ୨୦୧୫ରେ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା।