ଅତ୍ୟଧିକ ଶବ୍ଦରେ ପ୍ରଭାବିତ ସହରୀ ଜୀବନ: ଭୁବନେଶ୍ୱରବାସୀଙ୍କୁ ନାକେଦମ କଲାଣି ଟ୍ରାଫିକ ସମସ୍ୟା

ଅତ୍ୟଧିକ ଶବ୍ଦରେ ପ୍ରଭାବିତ ସହରୀ ଜୀବନ: ଭୁବନେଶ୍ୱରବାସୀଙ୍କୁ ନାକେଦମ କଲାଣି ଟ୍ରାଫିକ ସମସ୍ୟା
Samaya Live News Picture
Published On

ଭୁବନେଶ୍ୱର: ଜଳବାୟୁ ପରିବର୍ତନ ଏବଂ ଭୂରାଜନୈତିକ ଅସ୍ଥିରତାକୁ ନେଇ ଜାରି ରହିଥିବା ଆଲୋଚନା ମଧ୍ୟରେ, ରାଜ୍ୟରେ ଉତ୍କଟ ରୂପ ଧାରଣ କରୁଛି ଶବ୍ଦ ପ୍ରଦୂଷଣ । ଯାହାକି ସ୍ୱାସ୍ଥ୍ୟ ସେବା ଉପରେ ଗଭୀର ପ୍ରଭାବ ପକାଉଛି । ଭାରତର ଅନ୍ୟାନ୍ୟ ଜନଗହଳି ପୂର୍ଣ୍ଣ ସହର ଗୁଡିକ ମଧ୍ୟରେ ଭୁବନେଶ୍ୱର ସ୍ଥାନିତ ହୋଇଛି । ଶବ୍ଦପ୍ରଦୂଷଣ ପାଇଁ ଅନ୍ୟ ବଡ଼ ସହର ଗୁଡିକ ପରି ଏଠି ମଧ୍ୟ ଯାନବାହାନ ସମ୍ବନ୍ଧିତ ଗହଳି ବା ଟ୍ରାଫିକ ଏହାର ଅନ୍ୟତମ ପ୍ରମୁଖ ଯୋଗଦାନକାରୀ ଭାବେ ଉଭା ହୋଇଛି ।

ହର୍ଣ୍ଣ ବଜାଇବା, ଇଞ୍ଜିନର ଗତି ଏବଂ ଭିଡ଼ ରାସ୍ତାଗୁଡ଼ିକ ସାମୂହିକ ଭାବରେ ଏକ ଶବ୍ଦଦୃଶ୍ୟକୁ ସ୍ୱଭାବିକ କରିଛନ୍ତି ଯାହା ଧୀରେ ଧୀରେ ଉଭୟ ଜନସ୍ୱାସ୍ଥ୍ୟ ଏବଂ ସଡ଼କ ସୁରକ୍ଷାକୁ ନଷ୍ଟ କରୁଛି । ଏହି ବିପଦ ସମ୍ପର୍କରେ ଲିଖିତ ପ୍ରମାଣ ରହିଥିବା ସତ୍ୱେ, ୟୁଗଭ୍‌ଖ ସହିତ ସହଭାଗିତାରେ ଜିନ୍ଦଲ ପାନ୍ଥର ଦ୍ୱାରା କରାଯାଇଥିବା ଏକ ସାମ୍ପ୍ରତିକ ସର୍ଭେରୁ ଜଣାପଡିଛି ଯେ, ଭୁବନେଶ୍ୱରର ୬୪% ଉତରଦାତା ବର୍ତମାନ ଟ୍ରାଫିକ ଶବ୍ଦକୁ ଦୈନନ୍ଦିନ ଜୀବନର ଏକ "ସାଧାରଣ" ଅଂଶ ବୋଲି ବିଚାର କରୁଛନ୍ତି । ଯାହା ପୂର୍ବରୁ ଏକ ଉତେଜନା ସୃଷ୍ଟିକାରୀ ଥିଲା ତାହା ବର୍ତମାନ ଦୈନନ୍ଦିନ ଅଭିଜ୍ଞତାରେ ଏତେ ଗଭୀର ଭାବରେ ଅନ୍ତର୍ଭୁକ୍ତ ହୋଇଛି ଯେ ଏହା ଉପରେ ଖୁବ୍ ପ୍ରଶ୍ନ ଉଠାଯାଉଛି । ତଥାପି ଏହି ସ୍ୱାଭାବିକୀକରଣ ଏକ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟ ସହିତ ଆସୁଛି ।

ଫଳାଫଳଗୁଡିକ ସ୍ପଷ୍ଟ ହୋଇଛି । ୮୬% ଉତରଦାତା ଗତ ଦୁଇରୁ ତିନି ବର୍ଷ ମଧ୍ୟରେ ଯାନବାହାନ ଶବ୍ଦରେ ଏକ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ରିପୋର୍ଟ କରିଛନ୍ତି । ଏହି କ୍ରମାଗତ ବୃଦ୍ଧି କେବଳ ବଢ଼ୁଥିବା ସହରାଂଚଳ ଭିଡ଼କୁ ନୁହେଁ ବରଂ ଏକ ଆଚରଣଗତ ପରିବର୍ତନକୁ ମଧ୍ୟ ପ୍ରତିଫଳିତ କରୁଛି- ଯେଉଁଠାରେ ଅତ୍ୟଧିକ ହଙ୍କିଙ୍ଗ ଏବଂ ଶବ୍ଦକୁ ଏଡାଟିବା ପରିବର୍ତେ ଅପରିହାର୍ଯ୍ୟ ଭାବେ ଦେଖାଯାଉଛି । 

ସୁରକ୍ଷା ପ୍ରଭାବ ମଧ୍ୟ ସମାନ ଭାବରେ ଚିନ୍ତାଜନକ । ସର୍ଭେ ଅନୁଯାୟୀ, ୭୧% ଉତରଦାତା ଶବ୍ଦ-ସମ୍ବନ୍ଧିତ ବିଭ୍ରାନ୍ତି ଯୋଗୁଁ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି କିମ୍ବା ସେଥିରୁ ଅଳ୍ପକେ ବର୍ତି ଯାଇଛନ୍ତି । ଆହୁରି ଚିନ୍ତାଜନକ ହେଛଛି, ୩୮% ଉତରଦାତା ଏପରି ବିଭ୍ରାଟ ଯୋଗୁଁ ଦୁର୍ଘଟଣାର ଶିକାର ହୋଇଛନ୍ତି । ଅଧିକ ଜନଗହଳିପୂର୍ଣ୍ଣ ଟ୍ରାଫିକ ସ୍ଥିତିରେ, ଯେଉଁଠାରେ କିଛି ସେକେଣ୍ଡର ନିଷ୍ପତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ,ସେଠାରେ  ଅତ୍ୟଧିକ ଶବ୍ଦ ମଣିଷର ବୁଝିବା ଶକ୍ତି ଉପରେ ଚାପ ପକାଇଥାଏ, ସତର୍କତା ହ୍ରାସ କରିବା ସହ ଭୁଲର ସମ୍ଭାବନାକୁ ବଢାଇଥାଏ । ଏହି ପରିପ୍ରେକ୍ଷୀରେ, ଶବ୍ଦ ଆଉ କେବଳ ଏକ ପରିବେଶଗତ ସମସ୍ୟା ହୋଇ ରହିନାହିଁ- ଏହା ସିଧାସଳଖ ଏକସଡ଼କ ସୁରକ୍ଷା ବିପଦରେ ପରିଣତ ହୋଇଛି ।

ଡାକ୍ତରୀ ବିଶେଷଜ୍ଞମାନେ ଲଗାତର ଭାବେ ଏହାକୁ ନେଇ ସତର୍କ କରାଉଛନ୍ତି । ଫୋର୍ଟିସ୍ ଓପି ଜିନ୍ଦଲ ହସ୍ପିଟାଲ୍ ମେଡିକାଲ୍ ସେଂଟରର ଇଏନଟି ସର୍ଜନ୍ ଡକ୍ଟର ଅଦିତି ଦେବ ଏହି ସମସ୍ୟାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତିଳ, “ପ୍ରତିବର୍ଷ, ଆମ ସଡକଗୁଡିକରେ ଲକ୍ଷ ଲକ୍ଷ ଦୁର୍ଘଟଣା ଘଟିଥାଏ । ଜରୁରୀକାଳୀନ ପରିସ୍ଥିତିରେ, ଯେତେବେଳେ ମୁଁ ଏପରି ଆଘାତ ଦେଖେ, ଅନେକ ଘଟଣା ହିଟ୍‌-ଏଣ୍ଡ-ରନ୍ ଘଟଣା ହୋଇଥାଏ, ଯେଉଁଠାରେ ରୋଗୀମାନେ ଜୀବନ ମଧ୍ୟ ହରାଇଥାନ୍ତି । ଅସୁରକ୍ଷିତ କିମ୍ବା ଦ୍ରୁତ ଗତିରେ ଗାଡି ଚାଳନା, ଓଭର ସ୍ପିଡିଙ୍ଗ, ହେଲମେଟ୍ ନ ପିନ୍ଧିବା, ସିଟ୍ ବେଲ୍ଟ ନ ବାନ୍ଧିବା ଏବଂ ସଡ଼କ ସୁରକ୍ଷା ନିୟମକୁ ଅଣଦେଖା କରିବା ଆମ ସଡକଗୁଡିକରେ ଅତ୍ୟନ୍ତ ସାଧାରଣ କଥା ହୋଇଗଲାଣି । ଦାୟିତ୍ୱହୀନତା ସାଧାରଣ ପାଲଟିଛି । ଆମର ରାସ୍ତାଗୁଡିକୁ ସୁରକ୍ଷିତ କରିବା ଦିଗରେ ପ୍ରଥମ ପଦକ୍ଷେପ ହେଉଛି ଲୋକମାନଙ୍କ ମଧ୍ୟରେ ସେମାନଙ୍କର ଅସାବଧାନତା ଓ ବେଖାତିର ମନୋଭାବ କିଭଳି ସେମାନଙ୍କ ନିଜ ଜୀବନ ଓ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଉଛି ସେସମ୍ପର୍କରେ ସଚେତନତା ସୃଷ୍ଟି କରିବା ।”

ସୁରକ୍ଷା ବ୍ୟତୀତ, ମାନସିକ ସ୍ୱାସ୍ଥ୍ୟର ପ୍ରଭାବ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ପ୍ରାୟ ୯୪% ଉତରଦାତା ଶବ୍ଦ ସହିତ ଦୀର୍ଘ ସମୟ ଧରି ସଂସ୍ପର୍ଶରେ ଆସିବା ପରେ ଚିଡ଼ଚିଡ଼ା ଅନୁଭବ କରୁଥିବା ରିପୋର୍ଟ କରିଛନ୍ତି, ଅନ୍ୟପକ୍ଷରେ ୯୧% କହିଛନ୍ତି ଯେ, ଏହା ଏକାଗ୍ରତାରେ ବାଧା ସୃଷ୍ଟି କରିବା ସହିତ ଚାପ ବୃଦ୍ଧି କରୁଛି ।  ଦ୍ରୁତ ଗତିଶୀଳ ସହରାଂଚଳ ପରିବେଶରେ, ଯେଉଁଠାରେ ଧ୍ୟାନ ଏବଂ ଉତ୍ପାଦକତା ଜରୁରୀ, ଏପରି ନିରନ୍ତର ଶ୍ରବଣଜନିତ ବାଧା ଭୟାବହ ପରିଣାମ ସୃଷ୍ଟି କରିପାରେ ।

ଉତ୍ସାହଜନକ ଭାବରେ, ଜିନ୍ଦଲ ପାନ୍ଥରର ‘ଶାନ୍ତ୍ ସିଟି, ସେଫ୍ ସହର' କ୍ୟାମ୍ପେନ ଭଳି ପଦକ୍ଷେପଗୁଡ଼ିକ ଏହି ସମସ୍ୟା ଉପରେ ଗୁରୁତ୍ୱ ଦେଉଛି । ସଚେତନ ଗାଡି ଚାଳନାକୁ ପ୍ରୋତ୍ସାହିତ କରି ଏବଂ ଅନାବଶ୍ୟକ ହର୍ଣ୍ଣ ବଜାଇବାକୁ ବିରୋଧ କରି, ଏହି କ୍ୟାମ୍ପେନ କିଭଳି କ୍ଷୁଦ୍ର, ସଚେତନପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଶାନ୍ତ, ସୁରକ୍ଷିତ ଏବଂ ଅଧିକ ଜୀବନଯାପନଯୋଗ୍ୟ ସହର ଗଠନରେ ଯୋଗଦାନ ଦେଇପାରେ ତାହା ଉପରେ ଆଲୋକପାତ କରିଛି । ବାର୍ତାଟି ସରଳ କିନ୍ତୁ ଶକ୍ତିଶାଳୀ: ଏକ ଶାନ୍ତ ସହର ଏକ ସୁରକ୍ଷିତ ସହର ଅଟେ । 

ଏହି ଲୁକ୍କାୟିତ ସଙ୍କଟର ସମାଧାନ ପାଇଁ ନିୟାମକୀୟ ହସ୍ତକ୍ଷେପ ଅପେକ୍ଷା ଅଧିକ କିଛି ଆବଶ୍ୟକ କରୁଛି । ଏହା ଲୋକଙ୍କ ଆଚରଣ ଏବଂ ସଚେତନତାରେ ଏକ ପରିବର୍ତନ ପାଇଁ ଆହ୍ୱାନ କରୁଛି । ଶବ୍ଦକୁ ନେଇ ନିୟମର କଠୋର ପ୍ରୟୋଗ ଏବଂ ଉନ୍ନତ ସହରାଂଚଳ ଯୋଜନା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ବ୍ୟକ୍ତିଗତ ଦାୟିତ୍ୱ ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ଅନାବଶ୍ୟକ ହର୍ଣ୍ଣ, ରାସ୍ତାରେ ଧୈର୍ଯ୍ୟହୀନତାର ପ୍ରତ୍ୟେକ ମୁହୂର୍ତ ଏକ ବୃହତ ସାମୂହିକ ସମସ୍ୟାକୁ ବୃଦ୍ଧି କରିଥାଏ, ଯଦି ଏହାକୁ ସମ୍ବୋଧିତ କରାଯିବ ତେବେ ତାହା ସମାଧାନର ଅଂଶ ହୋଇପାରିବ ।

Tags: