ଉପାସନାଙ୍କ ଭୋଟ ସମ୍ପୂର୍ଣ୍ଣ ବେଆଇନ - ନବୀନ

ଉପାସନାଙ୍କ ଭୋଟ ସମ୍ପୂର୍ଣ୍ଣ ବେଆଇନ - ନବୀନ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ବିଧାନସଭାର ୫୪ ପ୍ରକୋଷ୍ଠରେ ଆରମ୍ଭ ହୋଇଛି ମତଦାନ ପକ୍ରିୟା। ଏଥିରେ ଚାରିଟି ଖାଲିଥିବା ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଏହି ଆସନ ପାଇଁ ପାଞ୍ଚଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି । ତେବେ ତିନୋଟି ଆସନରେ ବିଜେପି ଓ ବିଜେଡି ପ୍ରାର୍ଥୀ ଜିତୁଥିବା ବେଳେ ଚତୁର୍ଥ ଆସନ କାହାର ହେବ ସେ ନେଇ ଚାଲିଛି ଛକାପଞ୍ଚା। ଭୋଟ ଗ୍ରହଣ ସମୟରେ ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟକୁ ନେଇ ବିବାଦ ଦେଖାଯାଇଛି । ପ୍ରଥମ ବାଲଟର କାଲାମ ନ ଚାଲିବାରୁ ଓଭର ରାଇଟିଙ୍ଗ ପାଇଁ ୨ୟ ବାଲଟ ପେପର ନେଇଥିଲେ ଉପାସନା । ତେବେ ଦ୍ଵିତୀୟ ବାଲଟରେ ଉପାସନାଙ୍କ ଭୋଟକୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ଦଳ ବିରୋଧ କରିଥିଲେ। ଯେଉଁଥିପାଇଁ ୪୦ମିନିଟ ଧରି ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଥିଲା। ଏହା ଭିତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣା ଉପରେ ଗୁରୁତର ଅଭିଯୋଗ କରିଛନ୍ତି। ନିୟୋଜିତ ଅଧିକାରୀ ଆଚରଣ ବିଧି ଉଲ୍ଲଂଘନ କରିଥିବା ନବୀନ କହିଛନ୍ତି। ନବୀନ କହିଛନ୍ତି ଯେ, “ଉପାସନା ମହାପାତ୍ରଙ୍କ ଭୋଟରେ ତ୍ରୁଟି ଥିଲା। ଏହା ସଂପୂର୍ଣ୍ଣ ବେଆଇନ।”ବ୍ରହ୍ମଗିରି ବିଧାୟିକା ଭୁଲ୍ କରିଛନ୍ତି । ଯାହାକି ଗଣତାନ୍ତ୍ରିକ ନିୟମ ବିରୋଧୀ । ବିଜେଡ଼ି ପ୍ରତିବାଦ କରିବ ବୋଲି ନବୀନ କହିଛନ୍ତି । 

Tags: