ବିବାଦରେ ଉପାସନାଙ୍କ ଭୋଟ , କଂଗ୍ରେସ ଓ ବିଜେଡି ର ବିରୋଧ

ବିବାଦରେ ଉପାସନାଙ୍କ ଭୋଟ , କଂଗ୍ରେସ ଓ ବିଜେଡି ର ବିରୋଧ

ଭୁବନେଶ୍ୱର : ରାଜ୍ୟସଭା ନିର୍ବଚନ ପାଇଁ ଭୋଟ ଦେଉଛନ୍ତି ବିଧାୟକ । ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ ଆରମ୍ଭ ହୋଇଛି । ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଭୋଟ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ ବ୍ରହ୍ମଗିରି  ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ କୁ ନେଇ ଦେଖାଦେଇଛି ବିବାଦ । ଓଭର ରାଇଟିଙ୍ଗ ପାଇଁ ବିବାଦ ଦେଖାଦେଇଛି । ଭୋଟ ଦେବାପାଇଁ ଲେଖା ଯାଉଥିବା ପେନ ନଚାଲିବାରୁ ଆଉ ଗୋଟେ ବାଲଟ ପେପର ମାଗିଥିଲେ ଉପାସନା । ତେବେ ଏହାକୁ ବିରୋଧ କରିଥିଲେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ । ଫଳରେ କିଛି ସମୟ ପାଇଁ ମତଦାନ ପ୍ରକ୍ରିୟା ବନ୍ଦ ରହିଥିଲା । 

ସମ୍ବନ୍ଧିତ ଖବର ଟ୍ୱିନ ସିଟିରେ ଚାଲିବ ନମୋ ଭାରତ ରାପିଡେକ୍ସ ଟ୍ରେନ


 

ସମ୍ବନ୍ଧିତ ଖବର କୁଆଖାଇ ରୁ ଯୁବକଙ୍କ ମୃତଦେହ ଉଦ୍ଧାର

Tags: