ରାଜସ୍ଥାନରେ ଅଦିନିଆ ରଥଯାତ୍ରା ବନ୍ଦ ରହିଲା
ଭୁବନେଶ୍ୱର : ରାଜସ୍ଥାନରେ ବନ୍ଦ ରହିଲା ଅଦିନିଆ ରଥଯାତ୍ରା । ଜୁଲାଇ ୧୦ ରେ ରାଜସ୍ଥାନ ସିକର ଜିଲ୍ଲାରେ ରଥଯାତ୍ରା ପାଇଁ ଇସ୍କନ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା । ତେବେ ଗତକାଲି ଗଜପତି ମହାରାଜଙ୍କ ଚିଠି ପରେ ରଥଯାତ୍ରା ବନ୍ଦ ପାଇଁ ନିର୍ଦେଶ ଦେଲେ ସିକର ଜିଲ୍ଲା ମାଜିଷ୍ଟ୍ରେଟ । ସେପଟେ ପୁରୀ ପ୍ରଶାସନ ମଧ୍ୟ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଚିଠି ଲେଖିଥିଲେ । ତିଥି ଅନୁସାରେ ରଥଯାତ୍ରା କରିବା ପାଇଁ ଚିଠିରେ ଅନୁରୋଧ କରିଥିଲେ ପୁରୀ ଜିଲ୍ଲାପାଳ । ସନାତନ ଧର୍ମ ଓ ପରମ୍ପରା ଅନୁଯାୟୀ ରଥଯାତ୍ରା ପାଇଁ ଅନୁରୋଧ କରାଯାଇଛି ।
ସୂଚନା ଅନୁସାରେ, ବିଶ୍ବ ସନାତନ ଧର୍ମ ସେବା ସଂଗଠନ ପକ୍ଷରୁ ରାଜସ୍ଥାନରେ ଏହି ରଥଯାତ୍ରା ଆୟୋଜନ କରାଯିବାର ଥିଲା କିନ୍ତୁ ପରମ୍ପରା ଅନୁଯାୟୀ ନିର୍ଦ୍ଧାରିତ ସମୟ ବାହାରେ ରଥଯାତ୍ରା ଆୟୋଜନକୁ ନେଇ ପ୍ରଶ୍ନ ଉଠିଥିଲା । ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ କରାଯାଇଛି । ଏହି ଘଟଣା ସମ୍ପର୍କରେ ସିକର ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଛନ୍ତି ।
Tags:




