ତୃତୀୟରୁ ଅଷ୍ଟମ ଶ୍ରେଣୀ, CBSEର ସିଟି ଏବଂ AI ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ତୃତୀୟରୁ ଅଷ୍ଟମ ଶ୍ରେଣୀ, CBSEର ସିଟି ଏବଂ AI ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
Samaya Live News Picture
Published On

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)। ୨୦୨୬-୨୭ ଶିକ୍ଷା ବର୍ଷର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ‘କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ (CT & AI) ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ନୂତନ ବିଷୟ ପଢ଼ିବେ । ଏହି ପାଠ୍ୟକ୍ରମ ଜାତୀୟ ଶିକ୍ଷା ନୀତି -୨୦୨୦ ର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ।

ଛାତ୍ରଛାତ୍ରୀଙ୍କୁ କେବଳ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକାରୀ ନୁହେଁ, ବରଂ ଭବିଷ୍ୟତର ‘ଉଦ୍ଭାବକ’ ଭାବେ ଗଢ଼ିତୋଳିବା। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, “ଏଆଇ ଫର୍ ଏଜୁକେସନ, ଏଆଇ ଇନ୍ ଏଜୁକେସନ” ଭିଜନକୁ ନେଇ ଭାରତ ବିଶ୍ୱ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରୁଛି।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତ ଆଜି ବିଶ୍ୱ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରୁଛି । ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ସହଯୋଗରେ ବିକଶିତ ଏହି ପାଠ୍ୟକ୍ରମ, ସିବିଏସଇ ବିଦ୍ୟାଳୟ ବ୍ୟବସ୍ଥାରେ ସଂରଚିତ ଏଆଇ ଶିକ୍ଷାକୁ ବ୍ୟାପକ ଭାବେ ପ୍ରଚଳନ କରିବ । ନୂତନ ଶିକ୍ଷାବର୍ଷର ଆରମ୍ଭରୁ ଏହି ପାଠ୍ୟକ୍ରମର ପ୍ରଚଳନ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଏକ ପରିବର୍ତ୍ତନଶୀଳ ପଦକ୍ଷେପ । 

Tags: