ଓଡିଶା ଗସ୍ତରେ ଆସିବେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଓଡିଶା ଗସ୍ତରେ ଆସିବେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
Samaya Live News Picture
Published On

ଭୁବନେଶ୍ୱର :  ଓଡ଼ିଶା ଆସିବେ ଅମିତ ଶାହ । ଆସନ୍ତା ନଭେମ୍ବର ୨୮ ଏବଂ ୨୯ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ତେବେ ତାଙ୍କ ଗସ୍ତ ନେଇ ଏଯାଏଁ କୌଣସି କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇନାହିଁ। କାର୍ଯ୍ୟସୂଚୀ ଚୂଡ଼ାନ୍ତ ହେବା ପରେ ଏନେଇ ଆନୁଷ୍ଠାନିକ ଭାବେ ସୂଚନା ଦିଆଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ପୂର୍ବ ସୂଚନା ଅନୁଯାୟୀ, ନଭେମ୍ବର ୨୮ ଓ ୨୯ ତାରିଖରେ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ଏହି ଗସ୍ତ ସମୟରେ ପୁରୀରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକରେ ସେ ଯୋଗଦେବାର ସମ୍ଭାବନା ଥିଲା । ଏହି ବୈଠକରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ନେଇ ପୂର୍ବରୁ ସୂଚନା ମିଳିଥିଲା ।

ସେହିପରି  ନଭେମ୍ବର ୨୮ ତାରିଖରେ ଅମିତ ଶାହ ଓଡ଼ିଶା ପହଞ୍ଚିବା ପରେ ସେ ଓଡ଼ିଶା ପୋଲିସକୁ 'ପ୍ରେସିଡେଣ୍ଟସ୍ ପୋଲିସ କଲର' ପଦକ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଥିଲା । ଏହା ସହିତ ବଡ଼ମ୍ବା ଚିନିକଳର ପୁନରୁଦ୍ଧାର କାର୍ଯ୍ୟକ୍ରମ ମଧ୍ୟ ଥିଲା । ଏହାସହ ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ଅମିତ ଶାହଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ହେବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ତେବେ ଏସବୁ କାର୍ଯ୍ୟକ୍ରମ ଉପରେ ଏବେ ଚୂଡ଼ାନ୍ତ ମୋହର ବାକି ରହିଛି ।

Tags: