ଜେଲ ପାଚେରୀ ଡେଇଁ ବିଚାରାଧୀନ କଏଦୀ ଫେରାର

ଜେଲ ପାଚେରୀ ଡେଇଁ ବିଚାରାଧୀନ କଏଦୀ ଫେରାର
Samaya Live News Picture
Published On

କଳାହାଣ୍ଡି : ଭବାନୀ ପାଟଣା ଜିଲ୍ଲା କାରାଗାରରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛି । ଜେଲ ପାଚେରୀ ଡେଇଁ କଏଦୀ ଫେରାର ହୋଇଯାଇଥିବା ସୂଚନା ଦେଇଛି । ଫେରାର କଏଦୀ ଜଣକ ସଦର ଥାନା ଅନ୍ତର୍ଗତ ଠେମରା ଗାଁର ଜଗନ୍ନାଥ ଶବର ବୋଲି ଜଣାପଡିଛି। ସଦର ଥାନା ଅଞ୍ଚଳର ୩ଟି ଚୋରି ମାମଲାରେ ଗତ ଫେବ୍ରୁଆରୀ ୧୪ ତାରିଖରୁ ସେ ବିଚାରଧିନ କଏଦୀ ଭାବରେ ସ୍ଥାନୀୟ ଜିଲା କାରାଗାରରେ ଥିଲା । ଗତକାଲି ରାତି ୧୨ଟା ୫୬ ମିନିଟରେ ଜେଲ ପାଚେରୀ ଡେଇଁ ଫେରାର ମାରିଥିବା ଜଣାପଡିଛି । ଟାଉନ୍ ଥାନା ପୁଲିସ ଘଟଣାର ତଦନ୍ତ କରୁଛି ।

ସୂଚନାନୁସାରେ,  ଗତ ବର୍ଷ ଏପ୍ରିଲ ୭ ତାରିଖ ଦିନ ଏହି ଜିଲା କାରାଗାର ପାଚେରୀ ଡେଇଁ ଦୁଇ ଜଣ ବିଚାରାଧୀନ କଏଦୀ ଚମ୍ପଟ ମାରିଥିଲେ । ସିକନ୍ଦର ଜାଲ ଏବଂ ନୀଳମଣି ବିଭାର ନାମକ ୨ ଜଣ ଯାକ ପୋସ୍କୋ କେସ ରେ ବିଚାରାଧୀନ କଏଦୀ ଭାବେ ସ୍ଥାନୀୟ ଜିଲା କାରାଗାର ରେ ଥିଲେ । ତେବେ ଫେରାର ହେବାର ପରଦିନ ସିକନ୍ଦର କୁ ତା ନିଜ ଗାଁ କାସିବାହାଲ ରୁ ପୁଲିସ ଗିରଫ କରିଥିଲା । ଅଥଚ ଅନ୍ୟତମ ଫେରାର କଏଦୀ ନୂଆପଡ଼ା ଜିଲା ଲଖନା ବାସିନ୍ଦା ନୀଳମଣି ବିଭାରକୁ ଏଯାଏଁ ପୁଲିସ ଧରିବାରେ ସକ୍ଷମ ହୋଇନି।

Tags: