ସାପ କାମୁଡ଼ାରେ କକା - ପୁତୁରାଙ୍କ ମୃତ୍ୟ

ସାପ କାମୁଡ଼ାରେ କକା - ପୁତୁରାଙ୍କ ମୃତ୍ୟ
Samaya Live News Picture
Published On

ନୂଆପଡା : ରାତିରେ ଶୋଇଥିବାବେଳେ ସାପକାମୁଡ଼ାରେ କକା-ପୁତୁରାଙ୍କ ମୃତ୍ୟୁ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚଚରଭଟା ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ଗତ ରାତିରେ ଶ୍ରମିକ କ୍ୟାମ୍ପ ରେ ଶୋଇଥିବାବେଳେ ୩ଜଣଙ୍କୁ ସାପ କାମୁଡି ଦେଇଥିଲା । ଏଥିରେ କକା-ପୁତୁରାଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଶ୍ରମିକ ତୁଳସୀ ବଗର୍ତ୍ତୀ (୪୫) ଚିକିତ୍ସାଧୀନ ଅଛନ୍ତି।

ସୂଚନା ଅନୁଯାୟୀ, ସିନାପାଲି ଥାନା ଅନ୍ତର୍ଗତ ଗୋଲଧା ନିକଟରେ ଏକ ବ୍ରିଜ୍‌ ନିର୍ମାଣ କାମ ଚାଲିଛି। ସେଠାରେ ଶ୍ରମିକମାନେ କ୍ୟାମ୍ପ କରି ରହୁଛନ୍ତି। ଗତକାଲି ରାତିରେ ଶ୍ରମିକମାନେ ଖାଇପିଇ ସାରି ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତିନିଜଣଙ୍କୁ କାମୁଡ଼ିଥିଲା । ଅନ୍ୟ ଶ୍ରମିକମାନେ ଏହା ଜାଣିବା ପରେ ସମସ୍ତଙ୍କୁ ତୁରନ୍ତ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରି ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ ସିନାପାଲି ଥାନା ଅନ୍ତର୍ଗତ ଚଚରାଭଟା ଗାଁର ଦଇତାରି ତାଣ୍ଡି ଓ ଭରତ ତାଣ୍ଡି। ଉଭୟ ସମ୍ପର୍କରେ କକା-ପୁତୁରା ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ଗୁରୁତର ଅବସ୍ଥାରେ ତୁଳସୀ ବଗର୍ତ୍ତୀ (୪୫) ନୂଆପଡ଼ା ଜିଲା  ମୁଖ୍ୟ ଚିକିତ୍ସାଳରୁ ବୁର୍ଲା ସ୍ଥାନାତର  ହୋଇଛନ୍ତି । ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Tags: