ଅଲ୍‌ଟିମେଟ୍‌ ଖୋ ଖୋ: ଓଡ଼ିଶା ଜଗରନଟ୍‌ସ ବିଜେତା

ପୁନେ : ପୁନେର ଶ୍ରୀଶିବଛତ୍ରପତି ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଆୟୋଜିତ ଅଲ୍‌ଟିମେଟ ଖୋ ଖୋର ଫାଇନାଲରେ ବାଜି ମାରିଛି ଓଡ଼ିଶା ଜଗରନଟ୍‌ସ । ରବିବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଓଡ଼ିଶା ଜଗରନଟ୍‌ସ ମାତ୍ର ୧ ପଏଣ୍ଟ (୪୬-୪୫) ବ୍ୟବଧାନରେ ତେଲଗୁ ଯୋଦ୍ଧାକୁ ଧରାଶାୟୀ କରି କୀର୍ତ୍ତିମାନ ରଚିଛି । ଦିନକ ଆଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଜଗରନଟ୍‌ସ ଖେଳାଳିଙ୍କ ସହ କଥା ହୋଇ ମନୋବଳ ବଢ଼ାଇଥିଲେ । ସବୁ ଖେଳାଳି ମୁଖ୍ୟମନ୍ତ୍ରୀଙ୍କୁ ଟ୍ରଫି ନେଇ ଭୁବନେଶ୍ୱର […]

Samaya Live Picture
Published On

ପୁନେ : ପୁନେର ଶ୍ରୀଶିବଛତ୍ରପତି ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଆୟୋଜିତ ଅଲ୍‌ଟିମେଟ ଖୋ ଖୋର ଫାଇନାଲରେ ବାଜି ମାରିଛି ଓଡ଼ିଶା ଜଗରନଟ୍‌ସ । ରବିବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଓଡ଼ିଶା ଜଗରନଟ୍‌ସ ମାତ୍ର ୧ ପଏଣ୍ଟ (୪୬-୪୫) ବ୍ୟବଧାନରେ ତେଲଗୁ ଯୋଦ୍ଧାକୁ ଧରାଶାୟୀ କରି କୀର୍ତ୍ତିମାନ ରଚିଛି । ଦିନକ ଆଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଜଗରନଟ୍‌ସ ଖେଳାଳିଙ୍କ ସହ କଥା ହୋଇ ମନୋବଳ ବଢ଼ାଇଥିଲେ । ସବୁ ଖେଳାଳି ମୁଖ୍ୟମନ୍ତ୍ରୀଙ୍କୁ ଟ୍ରଫି ନେଇ ଭୁବନେଶ୍ୱର ଫେରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସତକୁ ସତ ରବିବାର ଫାଇନାଲରେ ଓଡ଼ିଶା ଫାଇନାଲରେ ଓଡ଼ିଶା ଜଗରନଟ୍‌ସ ବାଜିମାତ କରିଛି । ପ୍ରଥମ ସଂସ୍କରଣର ବିଜେତା ହେବା ସହ ଟ୍ରଫି ହାତେଇଛି ଜଗରନଟ୍‌ସ ।

 ଅଲ୍‌ଟିମେଟ୍‌ ଖୋ ଖୋ: ଓଡ଼ିଶା ଜଗରନଟ୍‌ସ ବିଜେତା

ଗତ ଶୁକ୍ରବାର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଓଡ଼ିଶା ଜଗରନଟ୍‌ସ ଗୁଜରାଟ ଜ୍ୟାଣ୍ଡସକୁ ୫୭-୪୩ ପଏଣ୍ଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ୬ ଦଳକୁ ନେଇ ଖେଳାଯାଇଥିବା ଏହି ପେସାଦାର ଖୋ ଖୋ ଲିଗ୍‌ର ଶେଷ ଦୁଇ ସ୍ଥାନରେ ମୁମ୍ବାଇ ଖଲାଡିଜ୍‌ ଓ ରାଜସ୍ଥାନ ୱାରିୟର୍ସ ରହିବା ସହ ବିଦାୟ ନେଇଥିଲେ ।
ମ୍ୟାଚର ଦ୍ୱିତୀୟ ହାପ୍‌ର ତୃତୀୟ ଟର୍ଣ୍ଣରେ ତେଲଗୁ ଯୋଦ୍ଧା ୨୧ ପଏଣ୍ଟ ଅର୍ଜନ କରି ୪୧-୨୭ରେ ଅଗ୍ରଣୀ ହାସଲ କରିଥିଲା । ସଚିନ ଭାର୍ଗୋ ଗୁରୁତ୍ୱପୂର୍ଣ୍ଣ ଦୁଇ ପଏଣ୍ଟ ହାସଲ କରି ଓଡ଼ିଶାକୁ ପଛରେ ପକାଇ ଦେଇଥିଲେ । ତୃତୀୟ ଟର୍ଣ୍ଣ ଶେଷ ହେବାକୁ ଆଉ ଦେଢ଼ ମିନିଟ୍‌ ବାକିଥିବା ବେଳେ ମ୍ୟାଚର ସ୍ଥିତି ୪୫-୪୩ରେ ପହଞ୍ଚି ଯାଇଥିଲା । ଚତୁର୍ଥ ଟର୍ଣ୍ଣରେ ମ୍ୟାଚର ମୋଡ଼ ବଦଳାଇଥିଲେ ଓଡ଼ିଶା ଖେଳାଳି ।

 ଅଲ୍‌ଟିମେଟ୍‌ ଖୋ ଖୋ: ଓଡ଼ିଶା ଜଗରନଟ୍‌ସ ବିଜେତା

ବଲିଉଡ ଗାୟକ ମୋହିତ ଚୌହାନ ଫାଇନାଲ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଜାତୀୟ ସଂଗୀତଗାନ କରିଥିଲେ । ଲାୟନ୍ସ କ୍ରିୟୁ (୨୦୨୧ ବିଶ୍ୱ ହିପ୍‌ ହପ୍‌ ଡ୍ୟାନ୍ସ ଚାମ୍ପିଅନ୍‌ସିପ୍‌ ବ୍ରୋଞ୍ଜ ପଦକ ବିଜେତା) ପକ୍ଷରୁ ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରାଯାଇଥିଲା । ଚାମ୍ପିଅନ୍‌ ଓଡ଼ିଶା ଜଗରନଟ୍‌ସ ଦଳ ଟ୍ରଫି ସହ ଏକ କୋଟି ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଛି । ଦ୍ୱିତୀୟ ସ୍ଥାନରେ ଥିବା ତେଲଗୁ ଯୋଦ୍ଧା ଦଳ ୫୦ ଲକ୍ଷ ଟଙ୍କା, ତୃତୀୟ ସ୍ଥାନରେ ଥିବା ଗୁଜରାଟଜ୍ୟାଣ୍ଟସ ୩୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇଛି ।

ଅଲ୍‌ଟିମେଟ ଖୋ ଖୋ ପ୍ରଥମ ସଂସ୍କରଣରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ । ଏମାନେ ହେଲେ ଚେନ୍ନାଇ କୁଇକ୍‌ ଗନ୍ସ, ଗୁଜରାଟଜ୍ୟାଣ୍ଟସ୍‌, ମୁମ୍ବାଇ ଖିଲାଡିଜ୍‌, ଓଡ଼ିଶା ଜଗରନଟ୍ସ, ରାଜସ୍ଥାନ ୱାରିୟର୍ସ ଓ ତେଲଗୁ ଯୋଦ୍ଧାସ ।

 ଅଲ୍‌ଟିମେଟ୍‌ ଖୋ ଖୋ: ଓଡ଼ିଶା ଜଗରନଟ୍‌ସ ବିଜେତା
ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ, ଏକ କୋଟି ଟଙ୍କା ପୁରସ୍କାର ଘୋଷଣା
ଅଲଫିମେଟ ଖୋ ଖୋ ପ୍ରଥମ ସଂସ୍କରଣ ଚାମ୍ପିଅନ୍‌ ଓଡ଼ିଶା ଜଗରନଟ୍ସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ସହ ଜଣାଇବା ସହ ଏକ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉସିବରେ ଖେଳାଳିଙ୍କୁ ସମ୍ମାନିତ କରାଯିବ ।