ୟୁଜି ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ ପ୍ରକାଶ, ରେଭେନ୍ସା ଆଗରେ

୧ ଲକ୍ଷ ୭୮ ହଜାର ୭୮୨ ଛାତ୍ରଛାତ୍ରୀ ମନୋନୀତ

ୟୁଜି ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ ପ୍ରକାଶ, ରେଭେନ୍ସା ଆଗରେ
Samaya Live News Picture
Published On

କଟକ : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର +3 ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଏଥିରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ପ୍ରଥମେ ରହିଛି ରେଭେନ୍ସା ବିଶ୍ବବିଦ୍ୟାଳୟ । ରେଭେନ୍ସାରେ କଳା(ରାଜନୀତି ବିଜ୍ଞାନ) କଟ୍‌-ଅଫ ମାର୍କ ୯୪.୫୦% ରହିଥିବା ବେଳେ ଫିଜିକ୍ସରେ ୯୬.୫୦%, ଜୁଲୋଜିରେ ୯୪.୮୩% ରହିଛି । ସେହିପରି ବାଣିଜ୍ୟରେ ମଧ୍ୟ ରେଭେନ୍ସା ଆଗରେ ରହିଛି । ବାଣିଜ୍ୟରେ କଟ୍‌-ଅଫ ୮୯.୧୭% ରହିଥିବା ବେଳେ ସେଲ୍ଫ ଫାଇନାନ୍ସିଂ ଷ୍ଟ୍ରିମ୍‌ରେ ବିଜେବି ଆଗରେ ରହିଛି । ବିଜେବିରେ କମ୍ପ୍ୟୁଟର ସାଇନ୍ସ କଟ୍‌-ଅଫ ମାର୍କ ୯୨% ରହିଛି ।  

ଆଇନ ବିଭାଗରେ ମଧୁସୂଦନ ଲ' କଲେଜ ୮୯.୪୦% କଟଅଫ୍ ସହ ଟପ୍‌ ରେ ଅଛି । ଶାସ୍ତ୍ରୀୟ ଷ୍ଟ୍ରିମ୍ ରେ ବ୍ରଜକିଶୋର ସଂସ୍କୃତ ଡିଗ୍ରୀ କଲେଜ ୬୭.୫୭% କଟଅଫ୍ ସହ ଟପ୍‌ ରେ ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାନୁସାରେ, ଚଳିତ ବର୍ଷ ୨ ଲକ୍ଷ ୩୭ ହଜାର ୨୦୦ ଛାତ୍ରଛାତ୍ରୀ ଯୁକ୍ତ ତିନି ପାଇଁ ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୮ ହଜାର ୭୮୨ ଜଣ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଛାତ୍ରୀଙ୍କ ସଂଖ୍ୟା ଅଧିକା ରହିଛି। ଲକ୍ଷେ ୯ ହଜାର ୫୯୧ ଜଣ ଛାତ୍ରୀ ସିଲେକ୍ଟ ହୋଇଥିବା ବେଳେ ୬୯ ହଜାର ୧୮୨ ଜଣ ଛାତ୍ର ମନୋନୀତ ହୋଇଛନ୍ତି। ସେହିପରି ୯ ଜଣ ଟ୍ରାନ୍ସଜେଣ୍ଡର ସିଲେକ୍ଟ ହୋଇଛନ୍ତି। 

ବିଜ୍ଞାନରେ ମୋଟ ୪୩ ହଜାର ୬୯୩ ଜଣ, କଳାରେ ଲକ୍ଷେ ୧୨ ହଜାର ୮୨୨ ଜଣ, ବାଣିଜ୍ୟରେ ୧୫ ହଜାର ୬୨୪ ଜଣ, ଶାସ୍ତ୍ରୀୟରେ ୩ ହଜାର ୩୭୧ ଜଣ, ସେଲ୍ଫ-ଫାଇନାନ୍ସିଂରେ ୩ ହଜାର ୨୪୫ ଜଣ, ଆଇନ ବିଭାଗରେ ୧୬୭ ଜଣ ସିଲେକ୍ଟ ହୋଇଛନ୍ତି। 

Tags: