ଜଳପ୍ରପାତରେ ଭାସି ଯାଇ ୨ ଛାତ୍ର ନିଖୋଜ

ଜଳପ୍ରପାତରେ ଭାସି ଯାଇ ୨ ଛାତ୍ର ନିଖୋଜ
Samaya Live News Picture
Published On

ମାଲକାନିଗିରି: ସେଲ୍ଫି ହେଲା କାଳ । ଜଳପ୍ରପାତରେ ଭାସିଯାଇ ୨ ଛାତ୍ର ନିଖୋଜ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ମାଡ଼କାପଦର ପଞ୍ଚାୟତ ଗୁମାଝରଣ ଜଳପ୍ରପାତରେ ଏହି ଦୁର୍ଘଟଣା ଘଟିଛି । ମଙ୍ଗଳବାର ସନ୍ଧ୍ୟାରେ ୨ କଲେଜ ଛାତ୍ର ନିଖୋଜ ହୋଇଥିବାବେଳେ ଏଯାଏଁ ଉଦ୍ଧାର ହୋଇ ନାହାନ୍ତି  । ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସୂଚନାନୁସାରେ,ମଙ୍ଗଳବାର ଦିନ କୋରାପୁଟ ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟ ଯୁକ୍ତ ତିନି ଦ୍ବିତୀୟ ବର୍ଷର ४ ଜଣ ଛାତ୍ର ବଣଭୋଜି କରିବା ପାଇଁ ଗୁମାଝରଣ ଜଳପ୍ରପାତକୁ ଯାଇଥିଲେ । ଖାଇବା ପରେ ମଧ୍ୟାହ୍ନରେ ସମସ୍ତେ ଜଳପ୍ରପାତରେ ଗାଧୋଉଥିଲେ । ଅତ୍ୟନ୍ତ ଗଭୀର ସହ ଖସଡ଼ା ଥିବା ଏହି ଜଳପ୍ରପାତରେ ହାତ ଧରାଧରି ହୋଇ ଗାଧୋଉଥିଲେ । ସେଲ୍‌ଫି ନେବା ସମୟରେ ଅସାବଧାନତାବଶତଃ ୩ ଛାତ୍ରଙ୍କ ଗୋଡ଼ ଖସିଯିବାରୁ ଜଳପ୍ରପାତରେ ଭାସି ଯାଇଥିଲେ ବୋଲି କୁହାଯାଉଛି  ।

 

Tags: