ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ଦୁଇଟି ଗେଟ୍ ,୧୭ ଗେଟ ଦେଇ ଜଳ ନିଷ୍କାସନ ଜାରି
ସମ୍ବଲପୁର: ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ପୁଣି ଥରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଆଜି ପୁଣି ଥରେ ହୀରାକୁଦ ଜଳଭଣ୍ଡାରର ଦୁଇଟି ଗେଟ୍ ଖୋଲାଯାଇଛି । ବର୍ତମାନ ମୋଟ ୧୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଡାହାଣ ପାର୍ଶ୍ୱରୁ ୬ଟି ଗେଟ୍ ଓ ବାମ ପାର୍ଶ୍ୱରୁ ୧୧ଟି ଗେଟ୍ ଦେଇ ବନ୍ୟା ଜଳ ଛଡ଼ା ଯାଉଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୮୭ ଫୁଟ ରହିଛି ।ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୩ଲକ୍ଷ ୭୯ ହଜାର ୭୦୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୩ଲକ୍ଷ ୫୬୬ ହଜାର କ୍ୟୁସେକ୍ ପାଣି ନିଷ୍କାସନ ହେଉଛି । ସେହିପରି ଗତକାଲି ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ୧୫ଟି ଗେଟ୍ ଖୋଲାଯାଇଥିଲା ।
Tags:




