ବେଆଇନ ପଥର ଖନନ ବେଳେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ

ବେଆଇନ ପଥର ଖନନ ବେଳେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ
Samaya Live News Picture
Published On

ମାଲକାନଗିରି: ବେଆଇନ ଖାଦାନରୁ ମୋରମ ଖୋଳିବା ବେଳେ ଅଘଟଣ I ମାଟି ଅତଡ଼ା ଧସି ୨ ଶ୍ରମିକଙ୍କ ମୃତ୍ୟୁ । ମୃତକ ଦୁଇ ଜଣ ମିଟୁ ମାଢ଼ି ଓ ଟୁନା ଗାଦବା । ଜଣଙ୍କର ଘର ମାଲକାନଗିରି ସହରର ଯଇପୁରିଆଗୁଡା ଏବଂ ଅନ୍ୟ ଜଣଙ୍କ ଘର ଚମ୍ପାଖାରି ଅଞ୍ଚଳର ।  ମାଲକାନଗିରି ସହର ପ୍ରବେଶ ଦ୍ୱାର ତାରିଣୀ ମନ୍ଦିର ପାର୍ଶ୍ଵରେ ଥିବା ପଥର କୁଆଁରୀ ପାହାଡ଼ରେ ଖାଦାନ ଚାଲିଥିବା ବେଳେ ପଥର ଅତଡ଼ା ଖସି ପଡିବାରୁ ଏହି ଅଘଟଣ ଘଟିଥିଲା । ଏହି ଦୁର୍ଘଟଣାରେ ଚମ୍ପାଘର ଅଞ୍ଚଳର ବିଜୟ ରାଓ ନାମକ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି  ।

ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ସମେତ ଅନ୍ୟ ଶ୍ରମିକମାନେ ଫେରାର ହୋଇଯାଇଥିବା ସୂଚନା ରହିଛି । ଏହାକୁ ନେଇ  ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ବେଆଇନ ଭାବେ ପଥର ଖନନ କାର୍ଯ୍ୟ ଚାଲିଥିବା ଏବଂ ଏଥିପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି।ଘଟଣା ସ୍ଥଳରେ ମାଲକାନଗିରି ସଦର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 

 

Tags: