ସ୍କୁଲ ଚାଲୁଥିବାବେଳେ ୨ ଶିକ୍ଷୟିତ୍ରୀ ହାତାହାତି

ତଦନ୍ତ ନିର୍ଦେଶ ଦେଲେ ବିଇଓ

ସ୍କୁଲ ଚାଲୁଥିବାବେଳେ ୨ ଶିକ୍ଷୟିତ୍ରୀ ହାତାହାତି

ସମ୍ବଲପୁର : ବୁର୍ଲା କିର୍ବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଭାବନୀୟ ଘଟଣା । ପାଠ ପଢା ଚାଲୁ ଥିବାବେଳେ ୨ ଶିକ୍ଷୟିତ୍ରୀ ହାତାହାତି ହୋଇଛନ୍ତି । ଏଥିରେ ଜଣେ ଶିକ୍ଷୟିତ୍ରୀଙ୍କ ମୁହଁ ଫାଟି ରକ୍ତାକ୍ତ ହେଉଥିବାର ଏକ ଭିଡିଓ ମୋବାଇଲ ରୁ ମୋବାଇଲକୁ ଘୂରିି ବୁଲୁଛି । ତେବେ କେଉଁ କଥା ପାଇଁ ୨ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏଭଳି ଗଣ୍ଡଗୋଳ ହେଲା ତାହା ଜଣା ପଡି ନଥିଲେ ମଧ୍ୟ ପ୍ରଥମେ ବଚସା ପରେ ପିଟା ପିଟି ହୋଇଥିଲେ ଶିକ୍ଷୟିତ୍ରୀ I ଉକ୍ତ ଭିଡିଓରେ ଉଭୟ ଶିକ୍ଷୟିତ୍ରୀ ନିଜ ନିଜ ମୋବାଇଲ ଛାତ୍ରୀଙ୍କୁ ଦେଇ ଘଟଣାର ଦୃଶ୍ୟ ଉତ୍ତୋଳନ କରିବାକୁ କହୁଥିବା ଦେଖାଯାଇଛି ।  

ସମ୍ବନ୍ଧିତ ଖବର ଶ୍ରୀମନ୍ଦିରକୁ ଉଡାଇଦେବାକୁ ଧମକପୂର୍ଣ୍ଣ ପୋଷ୍ଟ କରିଥିବା ଯୁବକ ଗିରଫ

ସୂଚନାନୁସାରେ,କିର୍ବା ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଥିବାବେଳେ ଶିକ୍ଷୟିତ୍ରୀ ସଂଖ୍ୟା ମାତ୍ର ୩ । ଏହି ମାସରେ ଜଣେ ଶିକ୍ଷୟିତ୍ରୀ ଅବସର ମଧ୍ୟ ନେବାର ଅଛି। ତେବେ ଶିକ୍ଷାନୁଷ୍ଠରେ ଅଧିକ କାର୍ଯ୍ୟଭାର କିମ୍ବା ସଫେଇ କାର୍ଯ୍ୟକୁ ନେଇ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏହି ପରିସ୍ଥିତି ହୋଇଥାଇ ପରେ ବୋଲି ଅନୁମାନ କରାଯାଉଛି । ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଖବର ମିଳିଛି। ଅପରପକ୍ଷରେ ଘଟଣାର ତଦନ୍ତ କରି ତିନିଦିନ ମଧ୍ୟରେ ରିପୋର୍ଟ ଦେବାକୁ ବିଆରସିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଇଓ । ରିପୋର୍ଟ ଆସିବା ପରେ ଆାବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶିକ୍ଷାନୁଷ୍ଠାନରେ ଏହି ଘଟଣାକୁ ସ୍ଥାନୀୟ ଅଭିଭାବକ ମହଲରେ ନିନ୍ଦା କରାଯାଉଛି । 

ସମ୍ବନ୍ଧିତ ଖବର ମାମୁଁ ଆକ୍ରମଣରେ ଭଣଜାଙ୍କ ମୃତ୍ୟୁ

ସେପଟେ,ରାୟଗଡା ଜିଲ୍ଲା ଅମ୍ବାଦଳା ଜନଜାତି ଉଚ୍ଚ ବିଦ୍ୟାଳୟର ଜଣେ ମଦ୍ୟପ ଶିକ୍ଷକ ବିଦ୍ୟାଳୟ ପରିସର ଭିତରେ ସରସ୍ୱତୀ ଏବଂ ଗଣେଶ ମୂର୍ତ୍ତି ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଗତ କାଲି ସନ୍ଧ୍ୟା ସମୟରେ ଶିକ୍ଷକ କ୍ରିଷ୍ଣା ରାଜୁ ମଦ୍ୟପାନ କରି ନିଶାରେ ବିଦ୍ୟାଳୟ ପରିସରରେ ଘୁରି ବୁଲୁଥିଲେ l ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ନିଶାରେ ଚୁର ଥିବା ଶିକ୍ଷକ ଜଣକ ବିଦ୍ୟାଳୟ ପରିସରରେ ରଖା ଯାଇଥିବା ଗଣେଶ ଏବଂ ସରସ୍ୱତୀ ମୂର୍ତ୍ତି ସହ କଥା ବାର୍ତ୍ତା କରିବା ଆରମ୍ଭ କରିଦେଇଥିଲେ । ମୂର୍ତ୍ତି ଗୁଡିକ କିଛି ଜବାବ ଦେଇ ନପାରିବାରୁ ଶିକ୍ଷକ ୨ ମୂର୍ତ୍ତିଙ୍କୁ ବାନ୍ଧି ଦେଇ ମାଡ଼ ଦେଇଥିଲେ ଏବଂ ପରେ ମୂର୍ତି ଗୁଡିକର ହାତକୁ ମଧ୍ୟ ଭାଙ୍ଗି ଦେଇଥିବା ଦେଖାଯାଇଥିଲା  l  ଉକ୍ତ ଘଟଣାକୁ ନେଇ ଅମ୍ବାଦଳା ଧର୍ମ ରକ୍ଷା ସମିତି ପକ୍ଷରୁ ବିଦ୍ୟାଳୟ ସମ୍ମୁଖରେ କିଛି ସମୟ ଉତେଜନା ଦେଖାଦେଇଥିବା ବେଳେ ଆମ୍ବାଦଳା ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର ନବୀନ ନିବାସ ସାମ୍ନାରେ ଅରବିନ୍ଦ ସମର୍ଥକଙ୍କ ଭିଡ଼

Tags: