ପାରାଦୀପରେ ଦୁଇ ଦିନିଆ 'ସାଗର କବଚ-୨' ମିଳିତ ସମରାଭ୍ଯାସ ଆରମ୍ଭ

ପାରାଦୀପରେ ଦୁଇ ଦିନିଆ 'ସାଗର କବଚ-୨' ମିଳିତ ସମରାଭ୍ଯାସ ଆରମ୍ଭ
Samaya Live News Picture
Published On

ପାରାଦୀପ : ପାରାଦୀପରେ ଆଜିଠୁ ‘ସାଗର କବଚ-୨’ ସମରାଭ୍ୟାସ । ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ଆଜିଠାରୁ ପାରାଦୀପରେ ଦୁଇ ଦିନିଆ ମିଳିତ ସମରାଭ୍ଯାସ ଆରମ୍ଭ ହୋଇଛି । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ଷକୁ ଦୁଇଥର ମିଳିତ ସମରାଭ୍ୟାସ ସାଗର କବଚ ଆୟୋଜନ ହେଉଛି । 

ଚଳିତ ବର୍ଷର ଦ୍ଵିତୀୟ ସମରାଭ୍ୟାସ ସାଗର କବଚ-୨ ଦୁଇଦିନ ଧରି ଗଭୀର ସମୁଦ୍ର ଏବଂ ସ୍ଥଳ ଭାଗରେ ଆରମ୍ଭ ହୋଇଛି । ଏହି ମିଳିତ ସମରାଭ୍ୟାସରେ ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀକୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳାକୌଶଳ ପ୍ରଦର୍ଶନ କରିବେ ୧୮ ରୁ ଉର୍ଦ୍ଧ୍ବ ବିଭାଗ । 

ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ, ସିଆଇଏସଏଫ, ମତ୍ସ୍ଯବିଭାଗ, ମେରାଇନ ପୋଲିସ, କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ ଓ ଓଡିଶା ପୋଲିସ , ବନ ବିଭାଗ, ପାରାଦ୍ଵୀପ ବନ୍ଦର, ଗୁଇନ୍ଦା ବିଭାଗ, ଓଡ୍ରାଫ, ଏନଡିଆରଏଫ ଆଦିକୁ ଦୁଇଟି ବିଭାଗରେ ବିଭକ୍ତ କରାଯାଇଛି । ରେଡ୍ ଟିମ୍ ଆତଙ୍କବାଦୀଙ୍କ ବେଶରେ ଜଳପଥରୁ ଆସି ସ୍ଥଳପଥରେ ପ୍ରବେଶ କରି ଆକ୍ରମଣ କରିବାକୁ ଯୋଜନା କରିବେ । ଏହି ଆକ୍ରମଣକୁ ପଣ୍ଡ କରିବା ପାଇଁ ବ୍ଲୁ ଟିମ ସ୍ଥଳଭାଗରେ ପ୍ରତିରୋଧ କରିବା ସହିତ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିବେ।

ଗଭୀର ସମୁଦ୍ରରେ ଭାରତୀୟ ନୌସେନା, ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ ଏବଂ ମେରାଇନ୍ ପୁଲିସ ସମେତ ଅନ୍ୟାନ୍ୟ ଜଳଭାଗ ବିଭାଗଗୁଡ଼ିକ ସକ୍ରିୟ ଭାବେ ସାମିଲ ହୋଇଛନ୍ତି । କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ, ଓଡ଼ିଶା ପୋଲିସ, ବନ ବିଭାଗ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ, ଗୁଇନ୍ଦା ବିଭାଗ, ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍ ସ୍ଥଳଭାଗରେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ।

Tags: