ଓଡ଼ିଶାରେ ଓମିକ୍ରନ୍
ଭୁବନେଶ୍ୱର, କଟକ: ଡିସେମ୍ବର ୨୧: ଓଡ଼ିଶାରେ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନେ ଟୁଇନ୍ ସିଟି ବାସୀନ୍ଦା । ଏନେଇ ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ଏମାନଙ୍କ ଭିତରୁ ଜଣେ କଟକର ଓ ଆଉଜଣେ ଖୋର୍ଦ୍ଧାର ଅଛନ୍ତି । ଜଣେ ନାଇଜେରିଆ ଓ ଆଉଜଣେ କାତାରରୁ ଓଡ଼ିଶାକୁ ଫେରିଥିବା ଖବର ମିଳିଛି । ଜିନମ୍ ସିକେ୍ୱନ୍ସିଂରେ ସେମାନେ ଓମିକ୍ରନରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ତେବେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର […]
ଭୁବନେଶ୍ୱର, କଟକ: ଡିସେମ୍ବର ୨୧: ଓଡ଼ିଶାରେ ଦୁଇଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନେ ଟୁଇନ୍ ସିଟି ବାସୀନ୍ଦା । ଏନେଇ ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ଏମାନଙ୍କ ଭିତରୁ ଜଣେ କଟକର ଓ ଆଉଜଣେ ଖୋର୍ଦ୍ଧାର ଅଛନ୍ତି । ଜଣେ ନାଇଜେରିଆ ଓ ଆଉଜଣେ କାତାରରୁ ଓଡ଼ିଶାକୁ ଫେରିଥିବା ଖବର ମିଳିଛି । ଜିନମ୍ ସିକେ୍ୱନ୍ସିଂରେ ସେମାନେ ଓମିକ୍ରନରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ତେବେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଦୁଇ ଜଣ ପୁରୁଷ ଏବଂ ଉଭୟଙ୍କର ବୟସ ଯଥାକ୍ରମେ ୪୩ ଓ ୪୧ ରହିଛି ।
ରାଜ୍ୟରେ ଓମିକ୍ରନ ଚିହ୍ନଟ ପରେ ଟୁଇନ୍ ସିଟିରେ କଟକଣାକୁ ଆହୁରି କଡ଼ାକଡ଼ି କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏବେ କେବଳ ମାସ୍କ, ସାମାଜିକ ଦୂରତା ଉପରେ ହିଁ ଗୁରୁତ୍ୱ ଦିଆଯାଉଛି । ଏହାବାଦ୍ ସହାରାଞ୍ଚଳରେ ନାଇଟ କର୍ଫ୍ୟୁ କଟକଣା ଜାରି ରହିଛି ।
ଗତକାଲି ଓମିକ୍ରିନକୁ ନେଇ ଡିଏମଇଟି ଡାକ୍ତର ରମାରମଣ ମହାନ୍ତି ନିଜ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ବିଦେଶରେ ଏହା ବହୁ ଜୋରରେ ବ୍ୟାପିଲାଣି । ନଭେମ୍ବରରେ କିଛି ଦେଶ ମଧ୍ୟରେ ସୀମିତ ଥିବା ବେଳେ ଏବେ ଶହେ ପାଖାପାଖି ଛୁଇଁଲାଣି । ଓମିକ୍ରିନ କ୍ଷୀପ୍ର ବେଗରେ ବଢିଚାଲିଛି ତାକୁ ନଜରରେ ରଖି ଆମକୁ ସଜାଗ ହେବାକୁ ପଡ଼ିବ । ଟିକା ନେବା, କୋଭିଡ ନିୟମ ମାନିବା, ଅଯଥା ଭିଡ଼କୁ ଯିବା ନାହିଁ । ଏମିତି କଲେ କେସ୍ ଲୋଡ୍ କମ ରହିବ ଓ ଆମେ ନିରାପଦ ରହିବା ।
ସୂଚନା ଥାଉଯେ, ଏବେ ଦେଶରେ ଓମିକ୍ରନରେ ୨୦୦ ଜଣ ସଂକ୍ରମିତ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବଧିକ ସଂକ୍ରମିତ ହୋଇଛନ୍ତି ।




