ପୋଖରୀରେ ବୁଡି ୨ଭାଇଙ୍କ ମୃତ୍ୟୁ
By: Samaya Live News
କେନ୍ଦୁଝର: ଗାଧୋଇବାକୁ ଯାଇ ପୋଖରୀରେ ବୁଡି ୨ଭାଇଙ୍କ ସଲିଲ ସମାଧି । କେନ୍ଦୁଝର ସଦର ଥାନାରାଇସୁଆଁ ସ୍ଥିତ ପୁରୁଣା ସଦର ଥାନା ପାଖ ଟେରା ଗାଁ ରେ ଘଟିଛି ଏହି ଦୁଃଖଦ ଘଟଣା । ଗାଁ ର ନୁରୁଦ୍ଦିନ ଅନ୍ସାରୀଙ୍କ ୨ ପୁଅ ଆମାମାନ ଆନଶାରୀ (୯) ଏବଂ କୁଶାଲ ଆନଶାରୀ(୮) ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ତେବେ ଗାଧୋଇବାବେଳେ ପ୍ରଥମେ ଜଣଙ୍କର ଗୋଡ଼ ଖସିଯିବାରୁ ଆଉଜଣେ ଉଦ୍ଧାର କରିବାକୁ ଯାଇ ୨ଜଣ ଯାକ ବୁଡ଼ିଯାଇଥିଲେ । କିଛି ସମୟପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଟିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଘରର ୨ ପିଲାଙ୍କୁ ହରାଇ ପୁରା ପରିବାର ଭାଙ୍ଗି ପଡିବା ସହିତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସମ୍ବନ୍ଧିତ ଖବର ପ୍ରଥମ ଥର ରାଜ୍ୟ ବାହାରେ ହେବ 'ଓଡିଶା ମହୋତ୍ସବ'
Tags:



