ଏୟାରପୋର୍ଟ ରୁ ଅଢେଇ କୋଟିର ଗଞ୍ଜେଇ ଜବତ
ଭୁବନେଶ୍ୱର : ଗଞ୍ଜେଇ ଚାଲାଣରେ ନୂଆଫଣ୍ଡା । ଆମ୍ବସଢା ଆଳରେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ବେପାରୀ । ଭୁବନେଶ୍ବର ଏୟାରପୋର୍ଟରୁ ଅଢେଇ କୋଟିରୁ ଅଧିକ ଟଙ୍କାର ଦାମୀ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ । ଟ୍ରଲି ବ୍ୟାଗରେ ସିକ୍ରେଟ ଚାମ୍ବରରେ ରଖି ବ୍ୟାଙ୍କକରୁ ଭୁବନେଶ୍ବର ଚାଲାଣ ହେଉଥିଲା । ଚଢାଉରେ ଦୁଇ ଜଣ ତାମିଲନାଡୁର ପାସେଞ୍ଜରକୁ ଧରିଛି DRI ଟିମ୍ । ସେମାନଙ୍କଠାରୁ ୬କେଜିର ମାରିଜୁଆନା ବା ହାଇଡ୍ରୋପୋନିକ ଓ୍ବିଡ୍ ଜବତ ପରେ କଷ୍ଟମସକୁ ହସ୍ତାନ୍ତର କରାଯାଇଛି । ଜବତ ମାରିଜୁଆନାର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ସକାଳୁ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ଇଣ୍ଡିଗୋ ଫ୍ଲାଇଟ ଯୋଗେ ଚାଲାଣ ବେଳେ ଧରାପଡିଛି । ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କାରଯାଉଛି ।
ପ୍ରକାଶଯୋଗ୍ୟ ଯେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗତ ବର୍ଷ ଅଗଷ୍ଟ ମାସରେ ମାସ ୮ କୋଟି ଟଙ୍କାର ବିଦେଶୀ ଗଞ୍ଜେଇ (ମାରିଜୁଆନା) ଜବତ ହୋଇଥିଲା । ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିବା ବେଳେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍ଆଇ) ହାବୁଡ଼ରେ ପଡ଼ିଥିଲା ଏହି ଉତ୍କଟ ନିଶାଦ୍ରବ୍ୟ । ଗୁଜୁରାଟ ଅହମଦାବାଦର ଜଣେ ଯୁବକଙ୍କୁ ଏହି ମାମଲାରେ ଅଟକ ରଖିଥିଲା କଷ୍ଟମ୍ ବିଭାଗ । ଏହି ଘଟଣାର ଦୁଇଦିନ ପୂର୍ବରୁ ବିମାନବନ୍ଦରରୁ ୩୦ କୋଟିର ମାରିଜୁଆନା ଜବତ ହୋଇଥିଲା ।




