ଏମକେସିଜି ମେଡିକାଲରେ ଯୋଡ଼ା ମୁଣ୍ଡ ଶିଶୁ ଜନ୍ମ

ଏମକେସିଜି ମେଡିକାଲରେ ଯୋଡ଼ା ମୁଣ୍ଡ ଶିଶୁ ଜନ୍ମ
Samaya Live News Picture
Published On

ବ୍ରହ୍ମପୁର : ପୁଣି ଜନ୍ମ ନେଲେ ଯୋଡ଼ା ମୁଣ୍ଡ ଶିଶୁ । ବ୍ରହ୍ମପୁର ଏମକେସିଜି ମେଡିକାଲରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ ଗୁମା ପଞ୍ଚାୟତ ଟିଡିପଦର ଗାଁର ଜଣେ ମହିଳା ଏହି ଯୋଡ଼ାମୁଣ୍ଡ ଶିଶୁକୁ ଜନ୍ମ ଦେଇଥିବା ସୂଚନା ମିଳିଛି । ତୁମୁଡ଼ିବନ୍ଧ ମେଡିକାଲ୍‌କୁ ପ୍ରଥମେ ଗର୍ଭବତୀ ଯାଇଥିଲେ । ସେଠାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ରେଫର୍ କରାଯାଇଥିଲା । ଶିଶୁକୁ ବର୍ତ୍ତମାନ SNCU ରେ ରଖାଯାଇ ଚିକିତ୍ସା କରାଯାଉଛି । ଶିଶୁଟିର ଛାତି ଠାରୁ ମୁଣ୍ଡ ଦୁଇଟି ଯୋଡି ହୋଇ ରହିଛି । ଏଭଳି ବିରଳ ନବଜାତକ ର ପରୀକ୍ଷା ନିରୀକ୍ଷା ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ପ୍ରଫେସର କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଉଛି। 

Tags: