ମୁଣ୍ଡ ଟେକିଲା କାଷ୍ଟିଂକାଉଚ, ଟେଲି ଅଭିନେତା ଗିରଫ

ମୁଣ୍ଡ ଟେକିଲା କାଷ୍ଟିଂକାଉଚ, ଟେଲି ଅଭିନେତା ଗିରଫ
Samaya Live News Picture
Published On

ଭୁବନେଶ୍ୱର : ଓଲିଉଡ଼ ଇଣ୍ଡଷ୍ଟ୍ରିରୁ ପୁଣି ଆସିଲା କାଷ୍ଟିଂକାଉଚ ଅଭିଯୋଗ । ଓଡ଼ିଆ ସିନେମାରେ ସୁଯୋଗ ଦେବା ବାହାନାରେ ଯୁବତୀଙ୍କ ସହ ସମ୍ପର୍କ ରଖିବା ପରେ ଠକି ନେଲେ ୨୮ ଲକ୍ଷ ଟଙ୍କା । ଏନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି ପୀଡିତା ଯୁବତୀ । ଘଟଣାରେ ଟେଲି ଅଭିନେତା ରଶ୍ମିକାନ୍ତ ଭୁଆଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମହିଳା ଥାନା ପୋଲିସ ।   

ଘଟନାନୁସାରେ, ଅଭିଯୁକ୍ତ ରଶ୍ମୀକାନ୍ତ ଭୁଆଁଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ବଡ଼ମଠ ଗାଁ ରେ । ସେ ଓଡ଼ିଆ ସିରିଏଲ୍ ଓ ରିଆଲିଟି ସୋ’ରେ କାମ କରୁଥିବାବେଳେ ବାଁକୁଆଳରେ ରହୁଥିଲେ । ଏହି ସମୟରେ ବଡ଼ଗଡ଼ ଥାନା ବିଜେବି ନଗରରେ ରହୁଥିବା ଜଣେ ଯୁବତୀଙ୍କ ସହ ରଶ୍ମିକାନ୍ତଙ୍କର ପରିଚୟ ହୋଇଥିଲା । ୨୦୨୦ ମସିହାରୁ ଦୁହେଁ ସମ୍ପର୍କରେ ଥିଲେ । ପ୍ରଥମେ ଉଭୟ ଭଲ ବନ୍ଧୁ ହୋଇଥିଲେ । ତା’ ପରେ ସିରିଏଲ୍‌ ଏବଂ ଓଡ଼ିଆ ଫିଲ୍ମରେ କାମ ଦେବାକୁ କହି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ଏହି ସମୟରେ ରଶ୍ମୀକାନ୍ତ ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କ ଠାରୁ ବିଭିନ୍ନ ସମୟରେ ୨୮ ଲକ୍ଷ ଟଙ୍କା ନେଇଥିଲେ । ଦୀର୍ଘ ଦିନ ଗଲା ପରେ ସିରିଏଲ୍ କାମ ଦେଇ ନଥିଲେ କି ସିନେମା ତିଆରି କରି ନଥିଲେ କିମ୍ବା ବିବାହ ମଧ୍ୟ କରିନଥିଲେ ରଶ୍ମୀକାନ୍ତ । ଏହି ସମୟରେ ଯୁବତୀଙ୍କୁ ଟଙ୍କା ଫେରସ୍ତ ନକରିବାରୁ ଏ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ ଯୁବତୀ । ଏତଲା ପରେ ରଶ୍ମୀକାନ୍ତଙ୍କୁ ଗିରଫ କରି BNS 69 ଓ BNS ୩୧୮ ( ୨ ) ରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ମହିଳା ଥାନା ପୋଲିସ।

Tags: