ରାଜଧାନୀରେ ଆରମ୍ଭ ହେଲା ଆଦିବାସୀ ମେଳା

ଜାନୁଆରୀ ୨୬ ରୁ ଫେବୃଆରୀ ୫ ଯାଏଁ ମେଳା

ରାଜଧାନୀରେ ଆରମ୍ଭ ହେଲା ଆଦିବାସୀ ମେଳା

ଭୁବନେଶ୍ୱର : ରାଜଧାନୀରେ ଆଜିଠାରୁ ଆରମ୍ଭ ହେଲା ପ୍ରତୀକ୍ଷିତ ଆଦିବାସୀ ମେଳା । ୟୁନିଟି-୧ ସ୍ଥିତ ଆଦିବାସୀ ପଡ଼ିଆରେ ଆୟୋଜିତ ଏହି ମେଳା ୨୬ ଜାନୁଆରୀରୁ ୫ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀ ମେଳାକୁ ଉଦ୍‌ଘାଟନ କରିବେ।  ଏଥର ଅପରାହ୍ନ ସାଢେ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲାରହିବ ମେଳା ।  

ସମ୍ବନ୍ଧିତ ଖବର ଦେଢ଼ ଲକ୍ଷ ପାର କଲା ସୁନା ଦର

ଆଦିବାସୀ ମେଳାରେ ଶୋଭା ପାଇବ ୧୦ଟି ଆଦିବାସୀ ଘର । ଏହି ଘର ତିଆରି ପାଇଁ ଦଶଦିନ ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଦିବାସୀ ସମ୍ପ୍ରଦାୟର ଲୋକେ ଆସି ପହଞ୍ଚିଥିଲେ ରାଜଧାନୀରେ । କୋରାପୁଟର ଆଦିବାସୀ ଗଦବା ଘର, କେଉଁଝରର ଜୁଆଙ୍ଗ ଘର, ସୁନାବେଢାର ଭୁଞ୍ଜିଆ ଘର ଭଳି ୧୦ଟି ଜନଜାତିଙ୍କ ଘର ଆଦିବାସୀ ମେଳାରେ ଦେଖିବାକୁ ମିଳିବ । ବିଭିନ୍ନ ଆଦିବାସୀ ଜନଜାତିଙ୍କ ସଂସ୍କୃତି, ପରମ୍ପରା ଓ ଜୀବନଶୈଳୀର ସଜୀବ ପ୍ରଦର୍ଶନ ସହ ଆଦିବାସୀ ହସ୍ତଶିଳ୍ପ, ପାରମ୍ପରିକ ପୋଷାକ ଓ ଖାଦ୍ୟର ଅନେକ ଷ୍ଟଲ ଦେଖିବାକୁ ମିଳୁଛି ।  ସନ୍ଧ୍ୟାବେଳେ ଆଦିବାସୀ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାକୁ ଅଧିକ ଆକର୍ଷଣୀୟ କରିବ  । ଚଳିତ ବର୍ଷ ଆଦିବାସୀ ମେଳାରେ ମୋଟ ୯୪ଟି ଷ୍ଟଲ ଖୋଲିବ । ୧୫ ଷ୍ଟଲରେ ବିକ୍ରି ହେବ ଆଦିବାସୀ ହସ୍ତଶିଳ୍ପ ବାରିପଦାର ସବାଇଘାସ ସାମଗ୍ରୀ ଖୋଜନ୍ତୁ କିମ୍ବା ନବରଙ୍ଗପୁରର ଟେରାକୋଟା ଅବା ରାଇରଙ୍ଗପୁରର ବାଉଁଶ କଳାକୃତି ।  

ସମ୍ବନ୍ଧିତ ଖବର ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି

Tags: