ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନଭଣ୍ଡାର ଗଣତି ମଣତି - ମନ୍ତ୍ରୀ

ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନଭଣ୍ଡାର ଗଣତି ମଣତି - ମନ୍ତ୍ରୀ

ଭୁବନେଶ୍ୱର : ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବ ରତ୍ନଭଣ୍ଡାର ଗଣତି ମଣତି । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ବର୍ତ୍ତମାନ ସୁଦ୍ଧା ତାରିଖ ନିର୍ଦ୍ଦିଷ୍ଟ ହୋଇନାହିଁ । ଏବିଷୟରେ ପରିଚାଳନା କମିଟି ଓ ମନ୍ଦିର ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି । ଠାକୁରଙ୍କ ନୀତିକାନ୍ତି ଅନୁସାରେ କେଉଁ ସମୟରେ ଗଣତି ମଣତି କଲେ ଠିକ ହେବ ତାହା ବିଚାର କରାଯିବ । ଏସବୁ ବିଚାର କରି ତାରିଖ ଘୋଷଣା ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧିତ ଖବର ଅର୍ଥନୈତିକ ସର୍ଭେ ରିପୋର୍ଟ,ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ

ସେପଟେ ରତ୍ନଭଣ୍ଡାର ଗଣତିମଣତିକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏସଓପିକୁ ନେଇ ହୋଇଛି ବିସ୍ତୃତ ଆଲୋଚନା । ଏସଓପିକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଛି । ପ୍ରସ୍ତୁତ ଏସଓପିକୁ ହାଇଲେବୁଲ୍ କମିଟି, ବିଧି ସବକମିଟି ଏବଂ ପରିଚାଳନା କମିଟିରେ ଆଲୋଚନା ହୋଇଛି । ଅଳଙ୍କାର ଗଣତି ମଣତି ତାରିଖ ଓ ମାହେନ୍ଦ୍ର ବେଳାର ନିଷ୍ପତ୍ତି ନେବ ପରିଚାଳନା କମିଟି ।

ସମ୍ବନ୍ଧିତ ଖବର ହଳଦିଆ ପଦର ଓଭର ବ୍ରିଜ ଦୁର୍ଘଟଣାକୁ ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା

Tags: