ହଳଦିଆ ପଦର ଓଭର ବ୍ରିଜ ଦୁର୍ଘଟଣାକୁ ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁଲ ଡିଜାଇନ ଯୋଗୁଁ ଯାଉଛି ଜୀବନ

ହଳଦିଆ ପଦର ଓଭର ବ୍ରିଜ ଦୁର୍ଘଟଣାକୁ ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ବ୍ରହ୍ମପୁର : ହଳଦିଆ ପଦର ଓଭର ବ୍ରିଜ ଦୁର୍ଘଟଣାକୁ ନେଇ ତେଜିଲା ରାଜନୀତି । ନିର୍ମାଣ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପ୍ରତିକ୍ରିୟା । ସେ କହିଲେ ଏ ଘଟଣା ଏବେର ନୁହେଁ । ଭୁଲ ଡିଜାଇନ ଯୋଗୁଁ ଅକାଳରେ ଯାଉଛି ଜୀବନ । ଯେଉଁଦିନରୁ ବ୍ରିଜ ତିଆରି ହୋଇଛି, ସେବେ ଠାରୁ ଡିଜାଇନ ଭୁଲ ଅଛି । ଏହା ଭିତରେ ୧୨୫ ଜଣଙ୍କ ଜୀବନ ଗଲାଣି । ନିଜର ସ୍ବାର୍ଥ ସାଧନ ପାଇଁ ଯେଉଁ ଭଳି କାମ କରାଯାଇଥିଲା । ସମସ୍ତେ ନିନ୍ଦା ମଧ୍ୟ କରୁଛନ୍ତି । ଆଉ ଆଜି ଯେଉଁମାନେ କହୁଛନ୍ତି, ସେମାନେ ଆଗରୁ କହୁନଥିଲେ । ବ୍ରିଜ ପ୍ରସଙ୍ଗରେ ଆଗରୁ ବହୁତ ଥର ସ୍ୱର ଉତ୍ତୋଳନ କରିଛି ବୋଲି କହିଲେ ପରିବହନ ମନ୍ତ୍ରୀ । କିନ୍ତୁ ଏ ପର୍ଯ୍ୟନ୍ତ ଭୁଲ ହୋଇଥିବା ଡିଜାଇନ୍ ପରିବର୍ତ୍ତନ କରାଯାଇ ନଥିଲା । ହଳଦିଆପଦର ଦୁର୍ଘଟଣା ଏବେ ସମସ୍ତଙ୍କ ଆଖି ଖୋଲିଯାଇଛି । ତେଣୁ ଆଗକୁ ଡିଜାଇନ ଭଲ ଭାବେ କରାଯିବ । କେବଳ ପୂର୍ବ ସରକାର କିଛି ରାଜନୈତିକ ବ୍ୟକ୍ତିଙ୍କ ନ୍ୟସ୍ତ ସ୍ୱାର୍ଥ ପାଇଁ ଓଭର୍ ବ୍ରିଜ୍ ନିର୍ମାଣ ଡିପିଆର୍ ବଦଳାଯାଇଛି ବୋଲି ସଙ୍ଗୀନ ଅଭିଯୋଗ ଆସିଛି । 

ସମ୍ବନ୍ଧିତ ଖବର ରାଜ୍ୟସଭା ପ୍ରାର୍ଥୀତ୍ୱକୁ ନେଇ ବିଜେଡି ନେତା ଅଶୋକ ପଣ୍ଡାଙ୍କ ମତ

ସେହିଭଳି ବ୍ରିଜ ନିର୍ମାଣକୁ ନେଇ ଖୋଲାଖୋଲି ଭାବରେ ପୂର୍ବତନ ବିଜେଡି ନେତା ସ୍ବର୍ଗତଃ ସୂର୍ଯ୍ୟ ପାତ୍ର ଏବଂ ରମେଶ ଜେନାଙ୍କୁ ଦାୟୀ କରିଛନ୍ତି ପୂର୍ବତନ କର୍ପୋରେଟର ରମେଶ ଜେନା । ମନ୍ତ୍ରୀଙ୍କ ଜମି ପାଇଁ ନିର୍ମାଣ ଡିଜାଇନ୍କୁ ସଙ୍କୁଚିତ କରାଯାଇଥିଥିଲେ । ବିଜେଡି ସରକାର ସମୟରେ ଏମାନଙ୍କର ଖୁବ ଦବଦବା ଥିଲା ବୋଲି କହିଛନ୍ତି ରମେଶ ଜେନା I ଅନ୍ୟପଟେ କ୍ଷମତାର ଅପବ୍ୟବହାର ହୋଇଥିବା କହିଛନ୍ତି ବର୍ତ୍ତମାନର ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର । ତେବେ ବ୍ରିଜ ନିର୍ମାଣ ପୂର୍ବରୁ ଜମି ବିକ୍ରି ହୋଇସାରିଥିବ କହିଛନ୍ତି ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ।

ସମ୍ବନ୍ଧିତ ଖବର ପ୍ରକାଶ ପାଇଲା ଜେଇଇ ମେନ ରେଜଳ୍ଟ,ଭବେଶ ପାତ୍ର ଓଡିଶା ଟପ୍ପର

ସୂଚନାନୁସାରେ,ଜାନୁଆରି ୩୧ରେ ବ୍ରହ୍ମପୁର ଗୋଶାଣୀ ନୂଆଗାଁ ହଳଦିଆପଦର ଓଭର ବ୍ରିଜ ଉପରେ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ୩ ବାଇକ ଆରୋହୀଙ୍କୁ ସାମ୍ନାପଟୁ ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିବା ସହିତ ୬ ଜଣ ଗୁରୁତର ଆହତ ହୋଇଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟ ରୋଡ଼ ସେଫ୍ଟି କମିଟି ରିପୋର୍ଟ ମାଗିଥିଲେ । ଯାହାକୁ ନେଇ ମୁଖ୍ୟ ଶାସନ ସଚିବ ମଧ୍ୟ ଲେଖିଛନ୍ତି । ଏହା ଉପରେ ବିଭାଗୀୟ ଟିମ୍ ସ୍ପଟ୍ ଉପରକୁ ଯାଇ ତଦନ୍ତ କରିଛି । ଯେଉଁ ଗାଡ଼ି ଦୁର୍ଘଟଣା କରିଥିଲା, ତାର ରେଜିଷ୍ଟ୍ରେସନ ବାତିଲ କରାଯାଇଛି । ଡ୍ରାଇଭରକୁ ମଧ୍ୟ BNS ୧୦୫ରେ ତୁରନ୍ତ ଗିରଫ କରାଯାଇଛି । 

ସମ୍ବନ୍ଧିତ ଖବର ସାବାଡ଼ ହେବେ ସାଇବର ଅପରାଧୀ ,ଓଡିଶା ପୋଲିସ ଆରମ୍ଭ କଲା ସ୍ୱତନ୍ତ୍ର ଅଭିଯାନ 'ସାଇବର କବଚ

Tags: