ଆକ୍ସନ ମୁଡ଼ରେ ପରିବହନ ବିଭାଗ , ଏଣିକ କଟିବ ଲାଇସେନ୍ସ

ଆକ୍ସନ ମୁଡ଼ରେ ପରିବହନ ବିଭାଗ , ଏଣିକ କଟିବ ଲାଇସେନ୍ସ
Samaya Live News Picture
Published On

ଭୁବନେଶ୍ୱର: ଅମାନିଆ ଗାଡି ଚାଳକ ହେବେ ସାବାଡ଼ । ଏଣିକି ଆଉ ଖସି ପାରିବେ ନାହିଁ , ଗଣିବେ ତଣ୍ଡ କଟିବ ଲାଇସେନ୍ସ । ମାର୍ଚ୍ଚ ୨୧ରୁ ରାଜ୍ୟରେ ଆରମ୍ଭ ହୋଇଛି ଧରପଗଡ ଅଭିଯାନ୍ । ପରିବହନ ବିଭାଗ ଓ ପୋଲିସ ଦ୍ୱାରା ୧୦ ଦିନିଆ ସ୍ୱତନ୍ତ୍ର ଟ୍ରାଫିକ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି । ଯେଉଁଥିରେ ମଦ୍ୟପାନ, ବିନା ହେଲମେଟ୍ ଓ ସିଟ୍ ବେଲ୍ଟ, ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଅମାନିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସାରା ରାଜ୍ୟରେ ଏହି ଯାଞ୍ଚକୁ କଡାକଡି କରାଯାଇଛି  । ସଡ଼କ ସୁରକ୍ଷାକୁ ନେଇ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ଅମାନିଆ ଓ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ ଇ-ଚାଲାଣ ଜାରି ହେଉଛି। ଏମିତି ଅମାନିଆଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ପୋଲିସ । ଏମିତିକି ଛକ ଛକରେ ଟ୍ରାଫିକ୍ ପଇଁତରା ଜାରି ରହିଛି । 

ମାର୍ଚ୍ଚ ୨୧ରୁ ରାଜ୍ୟରେ ଆରମ୍ଭ ହୋଇଛି ଧରପଗଡ ଅଭିଯାନ୍ । ପରିବହନ ବିଭାଗ ଓ ପୋଲିସ ଦ୍ୱାରା ୧୦ ଦିନିଆ ସ୍ୱତନ୍ତ୍ର ଟ୍ରାଫିକ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି । ସିସିଟିଭି ସ୍କାନରରେ ରହିଛି ସବୁ ଛକ । ରାଜଧାନୀ ଚେକିଂ ବେଳେ ଆଦାୟ ହେଲାଣି ପୁଳା ପୁଳା ଫାଇନ୍ । ଏନେଇ ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଲିଖିତ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଗତ ଦୁଇ ବର୍ଷରେ ୬୫ ହଜାର ୬୪୯ ଅମାନିଆ ଗାଡି ଚାଳକ ହରାଇଛନ୍ତି ଡ୍ରାଇଭିଙ୍ଗ ଲାଇସେନ୍ସ । ଜରିମାନା ବି ମୋଟା ଆକାରରେ ଆଦାୟ ହୋଇଛି । ହଜାର କି ଲକ୍ଷ ନୁହେଁ, କୋଟି କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି ସରକାର । ଗତ ଦୁଇ ବର୍ଷ ମଧ୍ୟରେ ୨୧୬ କୋଟି ୭୧ ହଜାର ୭୫୬ ଟଙ୍କା ଫାଇନ ଆଦାୟ କରାଯାଇଛି ।

ମାର୍ଚ୍ଚ ୨୧ ଏବଂ ୨୨ ଦୁଇ ଦିନରେ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ଚଲାଉଥିବା ମୋଟ ୩ ହଜାର ୧୫୩ଟି ଗାଡ଼ି ଚିହ୍ନଟ ହୋଇଛି । ସେହିଭଳି ବିନା ହେଲମେଟରେ ଗାଡ଼ି ଚାଳନା ପାଇଁ ୩ ହଜାର ୧୫୭, ଦ୍ରୁତଗତି ପାଇଁ ୧ ହଜାର ୫୫୮, ଭୁଲ୍ ପାର୍ଶ୍ୱରେ ଗାଡ଼ି ଚଳାଇବା ପାଇଁ ୧୮୮ ଗାଡ଼ି ବିରୋଧରେ ଇ-ଚାଲାଣ କଟାଯାଇଛି । ସେହିପରି ଦୁଇ ଚକିଆରେ ଦୁଇରୁ ଅଧିକ ଯାତ୍ରା ପାଇଁ ୨୮୨ ଟି ଗାଡ଼ି ବିରୋଧରେ ଇ-ଚାଲାଣ ଜାରି ହୋଇଛି । ଏଥିସହ ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ କରିଥିବା ଗାଡ଼ି ବିରୋଧରେ ମଧ୍ୟ ଜରିମାନା ଜାରି ହୋଇଥିବା ପରବିହନ ବିଭାଗ ପକ୍ଷରୁ କୁହାଯାଇଛି ।

Tags: